କାନାଡାକୁ ଭାରତର ମୁହଁତୋଡ ଜବାବ

କାନାଡାକୁ ଭାରତର ମୁହଁତୋଡ ଜବାବ

ଭାରତ-କାନାଡାବିବାଦରେ ଫସିଯାଇଛି କାନାଡା । ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟାଭାରତୀୟ ଏଜେଣ୍ଟ କରିଥିବା କହିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଅନ୍ତର୍ଜାତୀୟ ସ୍ଥରରେ ଭାରତର ଛବି ମଳିନ କରିବାକୁ କାନାଡା ଏଭଳି ଷଡଯନ୍ତ୍ର କରିବା ସହ କାନାଡାରେ ଅବସ୍ଥାପିତ ଭାରତୀୟ ଦୂତକୁ ବହିଷ୍କାର କରିଥିଲା ।ପରେ ଭାରତ କାନାଡା ଦୂତଙ୍କୁ ବହିଷ୍କାର କରିଥିଲା । ଏହାପରେ ଭାରତରେ ରହୁଥିବା ନିଜ ଦେଶର ନାଗରିକ ପାଇଁ ସତର୍କତା ଜାରି କରିଥିଲା କାନାଡା । ଭାରତ ମଧ୍ୟ ସମାନ ସତର୍କତା ଜାରି କରିଛି । ଏହାପରେ କାନାଡା ନାଗରିକଙ୍କୁ ଭିସା ବ୍ୟବସ୍ଥାକୁ ବାତିଲ କରିବା ସହ ନାଗରିକଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ଆତଙ୍କବାଦୀ ବିରୋଧରେ ସାରା ବିଶ୍ୱ କାର୍ଯ୍ୟ କରୁଥିବା ବେଳେ କାନାଡାର ଆତଙ୍କବାଦୀ ପ୍ରିତିକୁ ନେଇ ଅନ୍ୟ ଦେଶମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *