ଗଣେଶ ପୂଜା କମିଟି ଏବଂ ଆଭାସ କ୍ଳବ ମିଳିତ ଆନୁକୂଲ୍ୟରେ ଗଣେଶ ପୂଜା ଉପଲକ୍ଷେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଯାଇଛି ! ଏହି କାର୍ୟ୍ୟକ୍ରମ ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ଚନ୍ଦ୍ର ପଟନାୟକ, ବରିଷ୍ଠ ନାଗରିକ ସନ୍ତୋଷ ମହାପାତ୍ର ଓ ଆଭାସ କ୍ଳବ ସଭାପତି ଦେବୀ ପ୍ରସାଦ ପଟନାୟକ ଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ ! ଏହି ପ୍ରତିଯୋଗିତା ରେ ଅନେକ ନୃତ୍ୟ ଗ୍ରୁପ ଅଂଶ ଗ୍ରହଣ କରିଥିବା ବେଳେ ଏମ. ଏମ ଗ୍ରୁପ କୁ ପ୍ରଥମ ସ୍ଥାନରେ ଅଳଙ୍କୃତ କରାଯାଇଛି ! ଏହା ସହ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିଶୁ କଳାକାର ଙ୍କୁ ପୁରସୃତ କରାଯାଇଛି ! ଉକ୍ତ କାର୍ୟ୍ୟକ୍ରମ ରେ ଜୂମ ଇଣ୍ଡିଆ ୨୦୧୯ ର ବିଜେତା ତଥା ଲୋକ ନକଲି କଥା ଅସଲି କଳାକାର ଓ ଆଲ ଇଣ୍ଡିଆ ମୋର୍ଡେନ ଡାନ୍ସ ଫାଷ୍ଟ ରନେର ଶୁଭ ଦାସ ଜର୍ଜ ଥିବାବେଳେ, ଓଲିଉଡ଼ କୋରିଓଗ୍ରାଫର ରଶ୍ମିତା ମୁନି ଓ ଡାନ୍ସ ମାଷ୍ଟର ରଂଜିତ କୁମାର ଦାସ ସମୂହ ଅତିଥି ରୂପେ ରହି ନିଜର କାର୍ୟ୍ୟ ତୁଲାଇ ଥିଲେ ! ଏହି କାର୍ୟ୍ୟକ୍ରମ କୁ ଯୁବ ଆଇନଜୀବୀ ପ୍ରଦୀପ୍ତ କୁମାର ପଟନାୟକ, ମିହିର କୁମାର ମିଶ୍ର, ବିଶ୍ୱଜିତ ପଟନାୟକ ସମେତ କରଣ ସାହି ଯୁବ ଗୋଷ୍ଠିର ସମସ୍ତ ସଦସ୍ୟ ଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା !
ରିପୋର୍ଟ- ଗଞ୍ଜାମ ଜିଲ୍ଲାରୁ ସିପ୍ରା ପଟନାୟକ