ବାତ୍ୟାର କରାଳ ରୂପରେ ବୁଡିବ କି ଓଡିଶା ?

ବାତ୍ୟାର କରାଳ ରୂପରେ ବୁଡିବ କି ଓଡିଶା ?

ଅକ୍ଟୋବର ମାସର ନାଁ ଶୁଣିଲେ ସତେ ଯେମିତି ଓଡିଶାବାସୀଙ୍କ ମନରେ ଏକ କୋକୁଆ ଭୟ ସୃଷ୍ଟି ହୋଇଯାଉଛି । କାହିଁକିନା ଓଡିଶା ପାଇଁ ଅକ୍ଟୋବର ହେଉଛି ବାତ୍ୟାର ଋତୁ । ସେ 1999 ମସିହାର ମହାବାତ୍ୟା ହେଉ କି ସେ 2013 ର ଫାଇଲିନ ବାତ୍ୟା ଅକ୍ଟୋବରରେ ଆସି ସବୁକିଛି ଛାରକାର କରିଦେଇଯାଇଥିଲା । ତେବେ ବର୍ତ୍ତମାନ ଓଡିଶାକୁ ବାତ୍ୟାର ଭୟ ଘାରିଛି । ମୌସୁମୀ ନିଶ୍ଚିତ ଫେରିବ ତେଣୁ ଏହା ପୂର୍ବରୁ ଓଡିଶାକୁ ବାତ୍ୟାର ଆଶଙ୍କା ଦେଖାଗଲାଣି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ଏପରିକି ବାତ୍ୟାଟି ଓଡିଶା ମୁହାଁ ମଧ୍ୟ ହୋଇପାରେ । ଚଳିତ ମାସ ଶେଷବେଳକୁ ପଶ୍ଚିମବାୟୁ ସହ ଜଡିତ ବିଷୁବରେଖା ନିକଟରେ ତରଙ୍ଗର ଉପସ୍ଥିତି ଯୋଗୁଁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅ଼ଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର 2 ରୁ 3 ତାରିଖ ଆଡକୁ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ ।

ଏହା ସହ ଏନସେପ,ଜିଏଫଏସ,ଏନକାମ ଓ ୟୁରୋପିଆନ ମଡେଲର ବିଶ୍ଲେଷଣ ଅନୁଯାୟୀ ସେପ୍ଟେମ୍ଭର ଶେଷ ବେଳକୁ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା 28 ସେପ୍ଟେମ୍ଭର ବେଳକୁ ଏକ ଅବପାତର ରୂପ ନେବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପରେ ଏହାର ପ୍ରଭାବ ପଡିପାରେ । ସେହିପରି ଏନସେପ ଓ ଜିଏଫଏସ ର ତଥ୍ୟ ମୁତାବକ 29 ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବା ସହ 3ରୁ 4 ଦିନ ମଧ୍ୟରେ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ଯାହା ଓଡିଶାମୁହାଁ ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *