ପୁଣି ରୁଷକୁ ୟୁକ୍ରେନର ମିସାଇଲ ମାଡ

ପୁଣି ରୁଷକୁ ୟୁକ୍ରେନର ମିସାଇଲ ମାଡ

ପୁଣି ଦେଖାଗଲାଣି ରୁଷ୍‌-ୟୁକ୍ରେନ ମଧ୍ୟରେ ତିକ୍ତତା । ଏହି ତିକ୍ତତାରେ ସାଧାରଣ ଜନସାଧାରଣ ପ୍ରଭାବିତ ହେଉଛନ୍ତି । ରୁଷ୍ର ସେବାସ୍ତୋପଲ ସହର ସ୍ଥିତ କୃଷ୍ଣ ସାଗର ଜାହାଜ ଚଳାଚଳ କେନ୍ଦ୍ର ତଥା ନୌସେନାର ଏକ ମୁଖ୍ୟାଳୟରେ ୟୁକ୍ରେନ ମିସାଇଲ୍ ମାଡ଼ କରିଛି। ରୁଷ୍ ନୌସେନା ଦ୍ବାରା ପରିଚଳିତ ଏହି ମୁଖ୍ୟାଳୟରେ ଫଳରେ ୟୁକ୍ରେନର ମିସାଇଲ ମାଡ଼ରେ ୧୨ରୁ ଅଧିକ ରୁଷ୍ ସୈନିକ ନିହତ ହୋଇଛନ୍ତି। ନିହତ ସୈନିକଙ୍କ ମଧ୍ୟରେ କିଛି ନୌସେନା କମାଣ୍ଡର ମଧ୍ୟ ଅଛନ୍ତି।ୟୁକ୍ରେନର ସ୍ପେସାଲ ଅପରେସନ ଫୋର୍ସ ସୋସିଆଲ ମିଡିଆରେ ଏକ ସେୟାର କରି କହିଛି ଯେ ‘କ୍ରାବ୍ ଟ୍ରାପ୍’ ନାମକ ଏକ ସ୍ବତନ୍ତ୍ର ଅପରେସନ୍ ପରିଚାଳନା କରାଯାଇଛି। ରୁଷ୍ ନୌସେନାର ବରିଷ୍ଠ ସଦସ୍ୟମାନଙ୍କ ଏକ ବୈଠକ ଚାଲିଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ସେବାସ୍ତୋପଲ ହେଉଛି କ୍ରିମିଆର ଏକ ବୃହତ୍ତମ ସହର ଏବଂ ୨୦୧୪ରେ ରୁଷ୍ ଏହାକୁ ଅକ୍ତିଆର କରିନେଇଥିଲା।

author

Related Articles

Leave a Reply

Your email address will not be published. Required fields are marked *