ଫେରିବ ମୌସୁମୀ ବାୟୁ, ମାସ ଶେଷ ବେଳକୁ ପ୍ରବଳ ବର୍ଷା

ଫେରିବ ମୌସୁମୀ ବାୟୁ, ମାସ ଶେଷ ବେଳକୁ ପ୍ରବଳ ବର୍ଷା

ସାରା ଓଡିଶାରେ ସେପ୍ଟେମ୍ବର ମାସ ସାରା ବର୍ଷା ଲାଗିରହିଛି । ଲଘୁଚାପ ପ୍ରଭାବରେ ବର୍ଷାର ବିପାତ ଦେଖିବାକୁ ମିଳୁଛି । ମାସ ଶେଷ ୨୯ ତାରିଖକୁ ଉତ୍ତର ଆଣ୍ଡାମାନ ଓ ସଂଲଗ୍ନ ଅଂଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୫ ବେଳକୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଫେରିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଭାଗର ଆକଳନନୁସାରେ, ପଶ୍ଚିମ ଝାଡଖଣ୍ଡ, ଓ ସଂଲଗ୍ନ ଅଂଚଳରେ ରହିଥିବା ପୁର୍ଣ୍ଣବଳୟଟି ଏବେ ଦକ୍ଷିଣ-ପଶ୍ଚିମ ବିହାରରେ ରହିଛି । ଯାହାକୁ ନେଇ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ୨୫ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ବିପାତ ହୋଇପାରେ ।

author

Related Articles

Leave a Reply

Your email address will not be published. Required fields are marked *