ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶହ ଶହ ଆଶାକର୍ମୀ

ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଶହ ଶହ ଆଶାକର୍ମୀ

ରାଜଧାନୀରେ ଆଶାକର୍ମୀଙ୍କ ଆନ୍ଦୋଳନ । ଶହ ଶହ ଆଶାକର୍ମୀରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ଆନ୍ଦୋଳନ କରିବାକୁ । ପ୍ରତିବାଦ ବେଳେ ପୋଲିସ ସହ ଧସ୍ତାଧସ୍ତି । ୨୦ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଆଶା କର୍ମୀ । ବିଧାନସଭା ଅଭିମୁଖେ ଯିବା ବେଳେ ତାଙ୍କୁ ଅଟକାଇଛି ପୋଲିସ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାୟୀ କର୍ମଚାରୀ ମାନ୍ୟତା, ମାସିକ ୨୬ହଜାର ଟଙ୍କା ଦରମା, ୧୦ହଜାର ଟଙ୍କା ପେନ୍ସନ୍ ଆଦି ୨୦ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଆଶା କର୍ମୀ । ନିଜ ଦାବି ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଜଣାଇଲା ପରେ ବି ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଆନ୍ଦୋଳନକୁ ତୀବ୍ରତର କରିଛନ୍ତି ଆଶାକର୍ମୀ ।

author

Related Articles

Leave a Reply

Your email address will not be published. Required fields are marked *