ଜାମ୍ମୁ କାଶ୍ମୀରରେ ଆରମ୍ଭ ହେବ ଲିଥିୟମ ସଂରକ୍ଷଣ ନିଲାମ

ଜାମ୍ମୁ କାଶ୍ମୀରରେ ଆରମ୍ଭ ହେବ ଲିଥିୟମ ସଂରକ୍ଷଣ ନିଲାମ

ଭାରତ ସରକାର ଜାମ୍ମୁ କାଶ୍ମୀରରେ ଆରମ୍ଭ କରିବେ ଲିଥିୟମ ସଂରକ୍ଷଣ ନିଲାମ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାକୁ ଭାରତ ସରକାର ଆରମ୍ଭ କରିପାରନ୍ତି। ବିଶେଷ କଥା ହେଉଛି କିଛି ବିଦେଶୀ ଖଣି ମାଲିକ ଏହାକୁ ନିଲାମ କରିବାକୁ ଯାଉଛନ୍ତି ବିଦେଶୀ ଖଣି ମାଲିକଙ୍କ ସହ ମଧ୍ୟ ଆଲୋଚନା ଚାଲିଛି। ମାଇନ୍ସ ଏବଂ ମିନେରାଲ୍ସ ସଂଶୋଧନ ବିଲ୍, 2023 ନିକଟରେ ସଂସଦରୁ ଅନୁମୋଦନ ଲାଭ କରିଛି, ଯାହା ପରେ ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରୟାସ ଚାଲିଛି |

ବୈଦ୍ୟୁତିକ ଯାନ ଏବଂ ମୋବାଇଲ୍ ସହିତ ଅଧିକାଂଶ ଇଲେକ୍ଟ୍ରୋନିକ୍ ଉପକରଣର ବ୍ୟାଟେରୀ ତିଆରି ପାଇଁ ଲିଥିୟମ୍ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ । ବର୍ତ୍ତମାନ ଭାରତରେ ଶତପ୍ରତିଶତ ଲିଥିୟମ ଆମଦାନୀ ହେଉଛି। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, 2022-23 ମସିହାରେ 2.8 ବିଲିୟନ ଡ଼ଲାର୍ ଅର୍ଥାତ୍ ପ୍ରାୟ 23 ହଜାର କୋଟି ଟଙ୍କା ଅନ୍ୟ ଦେଶରୁ ଲିଥିୟମ୍ ଆୟନ ବ୍ୟାଟେରୀ କ୍ରୟ କରାଯାଇଥିଲା | ଏଥିରେ 95% ଲିଥିୟମ୍ ଆୟନ ବ୍ୟାଟେରୀ କେବଳ ଚୀନ୍ ଏବଂ ହଙ୍ଗକଙ୍ଗରୁ କିଣାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *