ଶ୍ରୀନଅରରେ ପାଳିତ ହେଲା ସୁନିଆ ଉତ୍ସବ

ଶ୍ରୀନଅରରେ ପାଳିତ ହେଲା ସୁନିଆ ଉତ୍ସବ

ମଙ୍ଗଳବାର ସଂଧ୍ୟାରେ ପୁରୀରେ ଗଜପତିଙ୍କ ଶ୍ରୀନଅରରେ ସୁନିଆ ଉତ୍ସବ ପାଳନ କରାଯାଇଅଛି । ଏହା ଶ୍ରୀନଅରର କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି । ସୁନିଆରେ ଜାତକ ଓ ପାଞ୍ଜି ଗଣନାର ବିଶେଷ ମହତ୍ୱ ରହିଛି । ଏହି ଅବସରରେ ଗଜପତି ମହାରାଜ କନକ ଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବାଦେବୀଙ୍କ ପୂଜା କରିବାର ବିଧି ରହିଛି । ଏବଂ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ନୂଆ ଅଙ୍କ ପ୍ରଚଳିତ ହୋଇଛି । ତେବେ ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସଂପାଦନ କରାଯାଇଥିଲା ତେବେ ନୂଆ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବାର ପରମ୍ପରା ରହିଥିବାବେଳେ । ଗଜପତି ମହାରାଜା ଘୋଷଣା କରିଛନ୍ତି ଯେ ରାଜଗୁରୁଙ୍କ ଉପସ୍ଥିତିରେ ବିଭିନ୍ନ ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *