ଆସନ୍ତା ୨୯ରେ ପ୍ରବଳ ବର୍ଷୀବ

ଆସନ୍ତା ୨୯ରେ ପ୍ରବଳ ବର୍ଷୀବ

ଗତକାଲିଠାରୁ ଦକ୍ଷିଣ – ପଶ୍ଚିମ ରାଜସ୍ତାନର କିଛି ଅଂଚଳରୁ ମୌସମୀ ବାୟୁରୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି | ଏଥିସହ ଭାରତର କିଛି କିଛି ଅଂଚଳରୁ ଆସନ୍ତା ୨ରୁ୩ ଦିନ ଭିତରେ ମୌସମୀ ଫେରିଯିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ଅନ୍ୟପଟେ ଆସନ୍ତା ୨୯ ତାରିଖ ଆଡକୁ ଉତର ଆଣ୍ଡାମାନ ସାଗର ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ | ଏହା ପ୍ରଭାବରେ ପରବର୍ତୀ ୨୪ ଘଣ୍ଟାରେ ଉତର ଆଣ୍ଡାମାନ ସାଗର ବଙ୍ଗିପାସାଗର ଅଂଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି | ଏହାପରେ ଏହା ପଶ୍ଚିମ -ଉତର ପଶ୍ଚିମ ଦିଗରେ ଗତି କରିବ ଓ ଅଧିକରୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି | ତେବେ ଏହା ଅବପାତରେ ସୀମିତ ରହିବ କି ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୁପ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଆସିପାରିନାହିଁ | ତେବେ ଲଘୁଚାପ ସୃଷ୍ଟି ପରେ ହିଁ କିଛି ସାଷ୍ଟତା ଆସିବା ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି |୨୯ ରୁ ରାଜ୍ୟର ବିଭିହ୍ନ ସ୍ଥାନରେ ବର୍ଷ ଆରମ୍ଭ ହୋଇଯିବ |

author

Related Articles

Leave a Reply

Your email address will not be published. Required fields are marked *