ଆଜି ହେଉଛି ପବିତ୍ର ଅନନ୍ତ ଚତୁର୍ଦଶୀ, ଏହି ରାଶି ଗୁଡିକ ହେବେ ଲାଭଵାନ

ଆଜି ହେଉଛି ପବିତ୍ର ଅନନ୍ତ ଚତୁର୍ଦଶୀ, ଏହି ରାଶି ଗୁଡିକ ହେବେ ଲାଭଵାନ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ଅନନ୍ତ ଚତୁର୍ଦଶୀ ପାଳିତ ହୋଇଥାଏ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଗୁରୁବାର ଦିନ ଅନନ୍ତ ଚତୁର୍ଦଶୀ ପାଳିତ ହେବ l ଏହିଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବେ ପୂଜାର୍ଚନା କରାଯାଇ ଥାଏ l ଗରୁଡ଼ ପୁରାଣ ଅନୁଯାୟୀ ଏହିଦିନ ଉପବାସ ରଖି ବ୍ରତ ବାନ୍ଧିବା ଦ୍ୱାରା ଦୁଃଖ ଓ ସଙ୍କଟ ରୁ ମୁକ୍ତି ମିଳିଥାଏ l

ଚଳିତ ଥର ଅନନ୍ତ ଚତୁର୍ଦଶୀ ରେ ଘଟୁଛି ବିଶେଷ ଯୋଗ l କାହିଁକି ନା ଏହିଦିନ ରବିଯୋଗ , ବୃଦ୍ଧି ଯୋଗ ଓ ପୂର୍ବାଭାଦ୍ରପଦ ନକ୍ଷତ୍ର ର ସଂଯୋଗ ହେବକୁ ଯାଉଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ଅନନ୍ତ ଚତୁର୍ଦଶୀ ରେ ବିଶେଷ ସଂଯୋଗ କାରଣରୁ କିଛିଟା ରାଶିରେ ଭଲ ପ୍ରଭାବ ରହିବ l

ମେଷ ରାଶି :-
ଅନନ୍ତ ଚତୁର୍ଦଶୀ ରେ ମେଷ ରାଶିର ବ୍ୟକ୍ତି ଙ୍କ ପାଇଁ ଘଟୁଛି ବସେଶ ସଂଯୋଗ l ସମସ୍ତ କାର୍ଯ୍ୟ ରେ ଭରପୁର ସହଯୋଗ ପାଇବେ l ଆପଣଙ୍କ ର ସମସ୍ତ ଅଟକିଥିବା କାର୍ଯ୍ୟ ହୋଇ ଯିବାର ସମ୍ଭାବନା ରହିଛି l ଆପଣଙ୍କର ଆର୍ଥିକ ଲାଭ ହୋଇପାରେ ଏବଂ ଆପଣଙ୍କର ରାଜକୀୟ କାର୍ଯ୍ୟ ଆଡକୁ ଧ୍ୟାନ ବଢିବ l

ମିଥୁନ ରାଶି :-
ମିଥୁନ ରାଶି ର ବ୍ୟକ୍ତିଙ୍କ ଭାଗ୍ୟ ରେ ଆଜିର ଦିନ ରେ ଧନ ଲାଭ ର ନୂତନ ମାର୍ଗ ଖୋଲିବ l ମନ ଉତ୍ସାହିତ ରହିବ l ନୁଆ ବନ୍ଧୁ ହେବେ ଏବଂ ବ୍ୟବସାୟ ପାଇଁ ଭଲ ସମୟ ଅଟେ l

ତୁଳା ରାଶି :-
ତୁଳା ରାଶିର ବ୍ୟକ୍ତି ବିଷ୍ଣୁ ଙ୍କ କୃପା ରୁ ମାନସିକ ଉତେଜନା ରୁ ମୁକ୍ତି ପାଇବେ l ପଇସା କାହାକୁ ଉଧାର ଦେବା ଠିକ ନୁହେଁ l ବ୍ୟବସାୟ ରେ ଉନ୍ନତି ହେବ ଓ ସ୍ୱାସ୍ଥ୍ୟ ଭଲ ରହିବ l

କୁମ୍ଭ ରାଶି -:
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ଶତ୍ରୁ ଉପରେ ବିଜୟ ହାସଲ କରିବେ l ଜୀବନ ସାଥି ଙ୍କ ସହଯୋଗ ପାଇବେ l କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଭଲ ରହିବ l ଶୁଭ ଖବର ପାଇବେ l

author

Related Articles

Leave a Reply

Your email address will not be published. Required fields are marked *