ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ ଶ୍ରାଦ୍ଧ, ଏହିସବୁ ସ୍ବପ୍ନ ଦେଖିବା ଦେଇଥାଏ ଶୁଭ ସଙ୍କେତ

ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ ଶ୍ରାଦ୍ଧ, ଏହିସବୁ ସ୍ବପ୍ନ ଦେଖିବା ଦେଇଥାଏ ଶୁଭ ସଙ୍କେତ

ଚଳିତ ବର୍ଷ ପିତୃପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହେଉଛି l ପିତୃପକ୍ଷ ରେ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇ ଥାଏ l ପିତୃପକ୍ଷରେ ପିଣ୍ଡଦାନ ଦ୍ୱାରା ପୂର୍ବ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ l ମାନ୍ୟତା ରହିଛି ଯେ ପିତୃପକ୍ଷ ରେ ପୂର୍ବଜ ଆମକୁ ଆଶୀର୍ବାଦ ଦେବା ପାଇଁ ପୃଥିବୀ ପୃଷ୍ଠ କୁ ଆସି ଥାଆନ୍ତି l ଏହି ସମୟରେ ଅନେକ କ୍ଷେତ୍ରରେ ଦେଖାଯାଇ ଥାଏ ଯେ ପିତୃପୁରୁଷ ସ୍ୱପ୍ନରେ ଆସି ଥାଆନ୍ତି l ଏଭଳି ସ୍ୱପ୍ନରେ ଆସିବା ପଛରେ ବିଶେଷ ଅର୍ଥ ରହିଛି l

  • ସ୍ଵପ୍ଣଶାସ୍ତ୍ର ଅନୁସାରେ ପିତୃପକ୍ଷ ଶ୍ରାଦ୍ଧ ରେ ପିତୃପୁରୁଷ ଭଲ କିମ୍ବା ଖରାପ ଏହା ପିତୃପୁରୁଷ ଙ୍କ ଭାବରୁ ଜଣା ପଡିଥାଏ l ଏବଂ ଏହା ପିତୃପୁରୁଷ ଙ୍କ ମୁଦ୍ରା ଓ ଭାବରୁ ଜଣା ପଡିଥାଏ l
  • ଯଦି ଆପଣ ସ୍ୱପ୍ନରେ ପିତୃପୁରୁଷ ଙ୍କୁ ହସୁଥିବା କିମ୍ବା ଖୁସି ଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ପିତୃପୁରୁଷ ପ୍ରସନ୍ନ ଥିବାର ସଂକେତ ମିଳୁଛି l ଏବଂ ଏହାର ଅର୍ଥ ଯେ ଆପଣଙ୍କ ଜୀବନ ରେ ସମସ୍ତ ବାଧା ବିଘ୍ନ ର ସମାପ୍ତ ହେବ l ଆପଣ ଖୁବ ଶୀଘ୍ର କୌଣସି ଶୁଭ ସଂକେତ ପାଇବେ l
  • ଯଦି ଆପଣ ସ୍ୱପ୍ନରେ ପିତୃପୁରୁଷ ଙ୍କୁ କେଶ ବିନ୍ୟାସ କରୁ ଥିବାର ଦେଖୁଛନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ଆପଣ କୌଣସି ଗୋଟିଏ ବଡ଼ ବିପଦ ରୁ ମୁକ୍ତି ପାଇଲେ କିମ୍ବା ଆପଣଙ୍କ ପିତୃପୁରୁଷ ଆପଣଙ୍କୁ ରକ୍ଷା କଲେ l
  • ଯଦି ସ୍ୱପ୍ନରେ ଆପଣଙ୍କ ପିତୃପୁରୁଷ ଶାନ୍ତ ମୁଦ୍ରାରେ ଦେଖିବାକୁ ପାଉଛନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ପିତୃପୁରୁଷ ଆପଣଙ୍କ ଉପରେ ଖୁବ ସନ୍ତୁଷ୍ଟ ଅଛନ୍ତି l ଏବଂ ଆପଣଙ୍କର କୌଣସି ମହତ୍ଵପୁର୍ଣ କାର୍ଯ୍ୟ ସମାପ୍ତ ହେବ l
  • ଯଦି ଆପଣ ସ୍ୱପ୍ନରେ କାନ୍ଦୁଥିବା ପିତୃପୁରୁଷ ଙ୍କୁ ଦେଖୁଛନ୍ତି ତେବେ ଏହା ଖୁବ ଅଶୁଭ ସଂକେତ ଅଟେ l ତେଣୁ ଏହା ଆଗକୁ ଆପଣଙ୍କୁ ସାବଧାନ କରି ଦେଇଥାଏ l ଏବଂ ଆପଣ ସେଥିପାଇଁ ସତର୍କ ରହିବା ଜରୁରୀ କାହିଁକି ଏହା ବଡ଼ ସଙ୍କଟ ର କାରଣ ଅଟେ l
author

Related Articles

Leave a Reply

Your email address will not be published. Required fields are marked *