ଦାନପୁର ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା….

ଦାନପୁର ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା….

ଗଞ୍ଜାମ ଜିଲ୍ଲାରେ ବିଗୁଡୁଛି ଆଇନ ସୃଖଳା ପରିସ୍ଥିତି ନିର୍ବାଚନ ପୁର୍ବ ରୁ ଗଞ୍ଜାମ ପୋଲିସ ଜିଲ୍ଲାରେ ଦେଖା ଦେଲାଣି ଅସାନ୍ତ ବାତାବରଣ…ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତଥା କୋଦଳା ଥାନା ଅଧିନସ୍ଥ ଦାନପୁର ଗ୍ରାମରେ ଆଜି ରାତି ୯ ଟାରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଯୁବକ ଙ୍କ ମୁହଁକୁ ପଥର କିମ୍ବା ସାବଳରେ ଛେଚି ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଇଛି । ଖବର ପାଇ ଦାନପୁର ଗ୍ରାମରେ କୋଦଳା ପୋଲିସ ପହଞ୍ଚି ଶବ କୁ ଜବତ କରିବା ସହ ତଦନ୍ତ କୁ ଜୋରଦାର କରିଛି । ମୃତ ଯୁବକ ଜଣଙ୍କ ଆସିକା ବ୍ଲକ ଅଧକ୍ଷା ଙ୍କ ଦେଢଶୁର ସୁନିଲ ନାହାକ ବୋଲି ସୂଚନା ମିଳିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଗାଁ ଦାଣ୍ଡରେ ପଡି ରହିଛି ମୃତ ଶରୀର… ପୋଲିସ ପହଞ୍ଚି ଶବ କୁ ଜବତ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *