ଗାଡି ଦୁର୍ଘଟଣାରେ ତିନିଜଣ ମୃତ

ଗାଡି ଦୁର୍ଘଟଣାରେ ତିନିଜଣ ମୃତ

53 ନଂ ରାଜ୍ୟ ରାଜ ପଥ ଆନନ୍ଦପୁର ଥାନା ପଦ୍ମପୁର ନିକଟରେ ଏକ ଅଜଣା ଏଟିଏମ ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଏକ ବାଇକ ରେ ଠାକୁରମୁଣ୍ଡା ପାର୍ଶ୍ୱରୁ ଆନନ୍ଦପୁର ଅଭିମୁଖେ ଆସୁଥିବା ଏଟିଏମ ଗାଡି ବାଇକ୍ ଗାଡିକୁ ଧକ୍କା ଦେଇ ପଳାଇ ଯାଇଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ତିନ ଗୁରୁତରଙ୍କୁ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ସେମାନଙ୍କ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିବା ଜଣା ପଡ଼ିଛି । ତିନି ଜଣଙ୍କ ମଧ୍ୟରୁ ଜଣେ ମହିଳା ଥିବାବେଳେ ଦୁଇଜଣ ପୁରୁଷ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସଠିକ୍ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *