ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ନେଇ ଆରମ୍ଭରୁ ବିଧାନସଭାରେ ବିଭିନ୍ନ ହଟ୍ଟଗୋଳ ଦେଖିବାକୁ ମିଳୁଛି । ତେବେ ଗତ କିଛି ଦିନ ହେବ ପ୍ରମିଳାଙ୍କ ଉପରେ ହେଇଥିବା ଡାଲି ମାଡ ଘଟଣାକୁ କେନ୍ଦ୍ର କରି ଆଜୋି ବିଧାନସଭାରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳୁଛି । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା ।
ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଜେପି ବିଧାୟକମାନେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ । ଏଥିପାଇଁ ବାଚସ୍ପତି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର୍ୟ୍ୟନ୍ତ ନିଲମ୍ବନ କରିଛନ୍ତି । ସୂଚନାନୁସାରେ ଡାଲି ମାଡ ଘଟଣାକୁ କେନ୍ଦ୍ର କରି ଶାସକ ଦଳ ବିଜେପିକୁ କଟାକ୍ଷ କରୁଥିବା ବେଳେ ବିରୋଧି ବିଜପି କିନ୍ତୁ ବାଚସ୍ପତିଙ୍କ ନିରପେକ୍ଷ ହେବାକୁ କହିଛନ୍ତି ।