ବିରୋଧିଙ୍କୁ କଡା ଜବାବ ଦେବେ 5ଟି ସଚିବ ଭିକେ ପାଣ୍ଡିଆନ

ବିରୋଧିଙ୍କୁ କଡା ଜବାବ ଦେବେ 5ଟି ସଚିବ ଭିକେ ପାଣ୍ଡିଆନ

ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ଗୋଟିଏ ଚର୍ଚ୍ଚା 5ଟି ସଚିବ ଭିକେ ପାଣ୍ଡିଆନ ଏବଂ ତାଙ୍କର ଜିଲ୍ଲା ଭ୍ରମଣ ।    ଘରେ ଘରେ ଭଲପାଇବା ସାଉଁଟୁଥିବା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧି । ଜିଲ୍ଲା କୁ ଜିଲ୍ଲା ଭ୍ରମଣ କରି ଲୋକଙ୍କର ବିକାଶ କରୁଥିବା 5ଟି ସଚିବଙ୍କୁ ବିରୋଧି କଣ ପାଇଁ ସହିପାରୁନାହାନ୍ତି ? ଲୋକଙ୍କ ସୁଖ ଦୁଖଃରେ ଛିଡା ହେଉଥିବା ପାଣ୍ଡିଆନଙ୍କ ଉପରେ କଣ ପାଇଁ ବିରୋଧିଙ୍କ ଏତେ ରାଗ ? ପାଣ୍ଡିଆନଙ୍କ ବିକାଶମୂଳକ କାର୍ଯ୍ୟକୁ କଣ ପାଇଁ ସହ୍ୟ କରିପାରୁନି ବିରୋଧି ? କାହିଁକି କଟାକ୍ଷ କରୁଛି ରାଜ୍ୟ ବିଜେପି ସରକାର ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5ଟି ସଚିବ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜିଲ୍ଲାକୁ ଜିଲ୍ଲା ଗସ୍ତ କରୁଥିଲେ ସେତେବେଳେ ମଧ୍ୟ ବିରୋଧିଙ୍କ ବହୁ କଟାକ୍ଷର ଶିକାର ହୋଇଥିଲେ । ବିରୋଧିଙ୍କ ଅଣ୍ଡାମାଡ ଓ କାଳି ମାଡକୁ ସାମନା ବି କରିବାକୁ ପଡିଥିଲା । ହେଲେ ସେ ସବୁ କୁ ଖାତିର ନକରି ଜିଲ୍ଲା କୁ ଜିଲ୍ଲା ବୁଲି ଗୋଟିଏ ମନ୍ତ୍ରୀ ଯେପରି ରାଜାଙ୍କ ନିର୍ଦ୍ଦେଶରେ ରାଜ୍ୟର ସୁଖ ଦୁଖ ବୁଝେ ସେହିପରି ଏକ ଭୂମିକା ର୍ନିବାହ କରୁଥିଲେ ପାଣ୍ଡିଆନ । ଏବଂ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି । ତେବେ ଏହାକୁ କାହିଁକି ସହିପାରୁନି ବିଜେପି ? କାହିଁକି ଡରୁଛନ୍ତି ବିଜେପି ?

ରାଜନୀତିର ଚାଣକ୍ୟ କୁହାଯାଉଥିବା ପାଣ୍ଡିଆନ ବି କିଛି କମ୍ ନୁହନ୍ତି ଦେଖିବାକୁ ଯେତିକି ସରଳ କାମରେ ମଧ୍ୟ ସେତିକି ତତ୍ପର । ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ପାଣ୍ଡିଆନ । ସାରା ଓଡିଶାରେ ଏବେ ସମସ୍ତଙ୍କର ପ୍ରିୟ ନବୀନ ଓ ପାଣ୍ଡିଆନ । ବିରୋଧି ଚାହିଁଲେ ବି ପାଣ୍ଡିଆନଙ୍କ ଲୋକପ୍ରିୟତାକୁ ଆଉ କମାଇ ପାରିବେନି । ତେବେ ବିରୋଧିଙ୍କୁ ବର୍ତ୍ତମାନ କଡା ଜବାବ ଦେବେ ଭିକେ ପାଣ୍ଡିଆନ । ଆଉ ଚୁପ ବସିବେନି, ମଇଦାନକୁ ଓହ୍ଲାଇବେ 5ଟି ସଚିବ । ତେବେ ଦେଖିବାକୁ ବାକି ରହିଲା 5ଟି ସଚିବ ମୁହଁ ଖୋଲିବା ପରେ ବିରୋଧିଙ୍କର କେଉଁ ଦଶା ହେବ ?

author

Related Articles

Leave a Reply

Your email address will not be published. Required fields are marked *