ଆଉ ତିନି ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବ

ଆଉ ତିନି ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବ

ତୁହା କୁ ତୁହା ବର୍ଷାରେ ଭିଜୁଛି ଓଡିଶା । ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଓ୍ବେଲମାର୍କ ଲୋପ୍ରେସର ଦୁର୍ବଳ ହେବା ଫଳରେ ଏପରି ବର୍ହାର ପରିମାଣ ବଢିବାରେ ଲାଗିଛି । ଗାଙ୍ଗେୟ ଉପତ୍ୟକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଥିବା ସୁଦୃଶ ଲଘୁଚାପ ଗତକାଲି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି ।

ଏହା ସହ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୪ ତାରିଖରେ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଗତ ଦୁଇ ଦିନ ମଧ୍ୟରେ ସ୍ବାଭାବିକ ବର୍ଷା ଠାରୁ ୧୪୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ଗତ ୨୫ ତାରିଖରୁ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉତ୍ତର-ପଶ୍ଚିମ ଭାଗରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୁଳ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *