ଭାରତରେ ମ୍ୟାଲେରିଆକୁ ଏକ ବଡ ରୋଗ ବୋଲି ଧରାଯାଏ । ଏହି ମ୍ୟାଲେରିଆରେ ମଧ୍ୟ ଅନେକ ଧନଜୀବନ ଚାଲିଯାଇଛି । କିନ୍ତୁ ଏବେ ଆସିଛି ମ୍ୟାଲେରିଆ ଭ୍ୟାକ୍ସିନ । ଯାହାକୁ ନେଇ ଏବେ ଭାରତୀୟ ବାସୀଙ୍କ ମନରେ ଆଶ୍ୱସ୍ତି ଦେଖିବାକୁ ମିଳିଛି । ଏବେ ଆଉ ମ୍ୟାଲେରିଆରେ ଯିବନି ଜୀବନ । ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମିଳିଲା ଅନୁମୋଦନ । ସେରମ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା ଆର୨୧/ ମ୍ୟାଟ୍ରିକ୍ସ-ଏମକୁ ‘ହୁ’ର ମଞ୍ଜୁରୀ ମିଳିଛି । ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ୍ ଓ କ୍ଲିନିକାଲ ଟେଷ୍ଟ ଆଧାରରେ ଟୀକାକୁ ଗ୍ରୀନ ସିଗନାଲ ଦିଆଯାଇଥିବା ସେରମ ଇନିଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏସଆଇଆଇ ଦ୍ୱାରା ଦ୍ୱାରା ବିକଶିତ ଏହି ଟୀକାର ୪ଟି ଦେଶରେ ସଫଳ ପରୀକ୍ଷଣ ହୋଇ ସାରିଛି ।
You can share this post!
author
Related Articles
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024
ଓଡ଼ିଶା ଫୋଟ ଏକ୍ସପୋ 2024ଉଦଘାଟିତ
- September 28, 2024
ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ
- September 28, 2024