ନାଡେଲା-ପିଚାଇ ମୁହାଁମୁହିଁ

ନାଡେଲା-ପିଚାଇ ମୁହାଁମୁହିଁ


ବିଶ୍ବ ପ୍ରଯୁକ୍ତି ଦୁନିଆର ଶୀର୍ଷ ସ୍ଥାନରେ ପହଞ୍ଚିଥିବା ଦୁଇ ଭାରତୀୟ ହେଉଛନ୍ତି ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା। ପିଚାଇ ଏବେ ଗୁଗୁଲ୍ର ସିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ମା‌ଇକ୍ରୋସଫ୍ଟର ନେତୃତ୍ବ ନେଉଛନ୍ତି ନାଡେଲା। ଉଭୟ ଆମେରିକାରେ ବାସ କରୁଥିବା ବେଳେ ସେମାନଙ୍କ ଭିତରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ମାତ୍ର ଆଜି ଘଟିଥିବା ଏକ ଘଟଣା ଏହି ବନ୍ଧୁତାକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ୱାସିଂଟନର ଏକ ଫେଡେରାଲ୍ କୋର୍ଟରେ ହାଜର ହୋଇ ପିଚାଇଙ୍କ ଗୁଗୁଲ୍‌କୁ ନାଡେଲା କଡ଼ା ସମାଲୋଚନା କରିଛନ୍ତି। ଅବଶ୍ୟ ସେ ଥରୁଟିଏ ବି ପିଚାଇଙ୍କ ନାମ ନେଇନାହାନ୍ତି। ବଜାର ପୁଞ୍ଜି ଦୃଷ୍ଟିରୁ ଗୁଗୁଲ୍‌ଠାରୁ ମାଇକ୍ରୋସଫ୍ଟ ବହୁତ ବଡ଼। ମାତ୍ର ଅନଲାଇନ୍ ସର୍ଚ୍ଚରେ ଥିବା ଆଧିପତ୍ୟକୁ ଗୁଗୁଲ୍ ଅପବ୍ୟବହାର କରୁଥିବା ନାଡେଲା କହିଛନ୍ତି। ସେଥିପାଇଁ ମାଇକ୍ରୋସଫ୍ଟ ବିଞ୍ଜ୍ ଆଗେଇ ପାରୁନଥିବା ସେ ଅଭିଯୋଗ କରିଛନ୍ତି। ସମସ୍ତେ ମୁକ୍ତ ୱେବ୍ ବିଷୟରେ ଯୁକ୍ତି ବାଢ଼ୁଛନ୍ତି। କିନ୍ତୁ ବାସ୍ତବ ସତ ହେଉଛି ଦୁନିଆରେ କେବଳ ଗୁଗୁଲ୍ ୱେବ୍ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସଂଯୋଗର ବିଷୟ ହେଉଛି ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ମଧ୍ୟ ହେଉଛନ୍ତି ଜଣେ ଭାରତୀୟ ଆମେରିକୀୟ। ତାଙ୍କ ନାମ ହେଉଛି ଅମିତ ମେହ୍‌ତା। ସେ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *