ଯନ୍ତାରେ ପଡିଲା ଚୀନ ବୁଡାଜାହାଜ;୫୫ଜଣ ଚୀନ ନାବିକ ମୃତ

ଯନ୍ତାରେ ପଡିଲା ଚୀନ ବୁଡାଜାହାଜ;୫୫ଜଣ ଚୀନ ନାବିକ ମୃତ

ବିଦେଶୀ ବୁଡ଼ାଜାହାଜ ଧରିବା ପାଇଁ ପୀତ ସାଗରରେ (ୟେଲୋ ସି’) ବସାଯାଇଥିବା ଯନ୍ତାରେ ଚୀନ୍ର ଗୋଟାଏ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ପଡ଼ିଯିବାରୁ ପ୍ରାୟ ୫୫ଜଣ ଚୀନା ନାବିକଙ୍କର ମୃତ୍ୟୁ ଘଟିଥିବା କଥା ଦି ମିରର୍’ ରିପୋର୍ଟ କରିଛି। ଇଂଲଣ୍ଡ୍ ଗୁଇନ୍ଦାଙ୍କ ଗୋପନୀୟ ରିପୋର୍ଟ ଅନୁସାରେ, ସମୁଦ୍ରରେ ବସିଥିବା ‘ଚେନ୍ ଆଣ୍ଡ୍ ଆଙ୍କର୍’ ଯନ୍ତାରେ ଚୀନା ବୁଡ଼ାଜାହାଜଟି ଫସି ଯାଇଥିଲା। ବୁଡ଼ାଜାହାଜରେ ଥିବା ଅକ୍ସିଜେନ୍’ ଯୋଗାଣ ବ୍ୟବସ୍ଥା ଅକାମିକା ହୋଇଯିବାରୁ ସମସ୍ତ ନାବିକଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଚୀନ୍ ପିପୁଲସ୍ ଲିବରେସନ୍ ଆର୍ମି’ର ନୌସେନା ବୁଡ଼ାଜାହାଜ ‘୦୯୩-୪୧୭’ର କ୍ୟାପ୍‌ଟେନ୍ ଓ ୨୧ଜଣ ଅନ୍ୟାନ୍ୟ ଅଧିକାରୀ। ବ୍ରିଟିସ୍ ଓ ଆମେରିକୀୟ ବୁଡ଼ାଜାହାଜଗୁଡ଼ିକୁ ଫସାଇବା ପାଇଁ ଚୀନ୍ ନୌସେନା ଏହି ଯନ୍ତା ବସାଇଥିବା କଥା ‘ମେଲ୍‌ଅନ୍‌ଲାଇନ୍’ ରିପୋର୍ଟ କରିଛି। କିନ୍ତୁ, ଏଭଳି ଅଘଟଣ ଘଟିଥିବା କଥାକୁ ଚୀନ୍ ଔପଚାରିକ ଭାବ‌ ଅସ୍ବୀକାର କରିଛି। ମାତ୍ର ୧୫ ଦିନ ହେବ ଚଳାଚଳ ଆରମ୍ଭ କରିଥିବା ଉକ୍ତ ବୁଡ଼ାଜାହାଜକୁ ଉଦ୍ଧାର କରିବା ନିମନ୍ତେ ଆନ୍ତର୍ଜାତିକ ସହାୟତାକୁ ମଧ୍ୟ ଚୀନ୍ ଗ୍ରହଣ କରି ନ ଥିବା କଥା କୁହାଯାଉଛି। ଇଂଲଣ୍ଡ୍ର ବିଶେଷ ରିପୋର୍ଟ ଅନୁସାରେ, ଅଗଷ୍ଟ ୨୧ ତାରିଖ ସ୍ଥାନୀୟ ସମୟ ୮.୧୨ରେ ପୀତ ସମୁଦ୍ର ମଧ୍ୟରେ ଅଭିଯାନରେ ଯାଉଥିବା ବେଳେ ଏହି ବୁଡ଼ାଜାହାଜ ଦୁର୍ଘଟଣା ଘଟିଥିଲା। ଫଳରେ ସେଥିରେ ଥିବା ୨୨ଜଣ ଅଧିକାରୀ, ୭ଜଣ ଅଧିକାରୀ କ୍ୟାଡେଟ୍, ୯ଜଣ ‘ପେଟି ଅଫିସର୍’ ଓ ୧୭ଜଣ ନାବିକଙ୍କ ସମେତ ୫୫ଜଣଙ୍କର ମୃତ୍ୟୁ ଘଟିଛି। ମୃତ ନାବିକମାନଙ୍କ ମଧ୍ୟରେ ଥିଲେ କ୍ୟାପ୍‌ଟେନ୍ କର୍ଣ୍ଣେଲ୍ ସୁଏ ୟୋଙ୍ଗ୍-ପେଙ୍ଗ୍।

author

Related Articles

Leave a Reply

Your email address will not be published. Required fields are marked *