ବିପ୍ଲବ ବନାମ ବିପିନ ଲଢେଇ

ବିପ୍ଲବ ବନାମ ବିପିନ ଲଢେଇ

ଦିଗପହଣ୍ଡରେ ଦେଖିବାକୁ ମିଳୁଛି ରାଜନୈତିକ ଉଷ୍ମତା । ବିପ୍ଲବ ବନାମ ବିପିନଙ୍କୁ ନେଇ ଦେଖାଗଲାଣି ଲଢେଇ । କିଏ ଜିତିବ କିଏ ହାରିବା ଟକ୍କରରେ ରହିଛି । ବିଜେଡିର ଦୁଇଟି ବଡ ଚେହେରା ମଧ୍ୟରେ ଲଢେଇ ଚାଲିବ । ହଁ ଆଜ୍ଞା ଆମେ କହୁଛୁ ଦିଗପହଣ୍ଡି ଟ୍ୟୁଷ୍ଟି କଥା । ଦିଗପହଣ୍ଡି ଲୋକ କହୁଛନ୍ତି ବାପାଙ୍କ ପରି କାମକୁ ନୁହନ୍ତି ସୂର୍ଯ୍ୟଙ୍କ ପୁଅ ବିପ୍ଲବ । ସରପଂଚ ପାଈ ଲଢିଲେ କଲେ ବି ହାରିବେ । ଆଗକୁ ସାଧାରଣ ନିର୍ବାଚନ ହେଲେ ସୂର୍ଯ୍ୟଙ୍କ ପୁଅ ଆଖିରେ ନିଦ ନାହିଁ । ଦିଗପହଣ୍ଡି ରାଜନୀତିରେ ବିପ୍ଲବଙ୍କ ଜଳଓା ଦେଖିବାକୁ ମିଳୁନି । ସୂର୍ଯ୍ୟଙ୍କ ଆବର୍ତ୍ତମାନରେ ଦିଗପହଣ୍ଡରେ ବିପିନ ଏବେ ବଳବାନ ହୋଇଛନ୍ତି । ସୂର୍ଯ୍ୟଙ୍କ ଦେହାନ୍ତ ପୂର୍ବରୁ ଦିଗପହଣ୍ଡରେ ଗୋଷ୍ଠୀକନ୍ଦଳ ସାମ୍ନାକୁ ଆସିଥିଲେ । ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦୁଇଫାଳ ହୋଇଥିଲା ବିଜେଡି । ଗୋଟିଏ ଗୋଷ୍ଠୀ ବିପ୍ଲବଙ୍କ ସପର୍ଟରେ ଥିବା ବେଳେ ଅନ୍ୟଟି ବିପିନଙ୍କ ସର୍ପଟରେ ଅଛନ୍ତି । ସୂର୍ଯ୍ୟଙ୍କ ପରି ପୁଅର ଚମକ ଦିଶୁନି ଦିଗପହଣ୍ଡିରେ । ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ବିଶୃଙ୍ଖଳା ଦେଖାଇ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । କିନ୍ତୁ ତୃଣମୂଳ ସ୍ତରରେ ବିପିନଙ୍କ ଲୋକପ୍ରୟତା କାରଣରୁ ବିପ୍ଲବଙ୍କ ଆଖିରେ ନିଦ ନାହିଁ । ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ବିଶୃଙ୍ଖଳା ଦେଖାଇ ତାଙ୍କୁ ଦଳରୁ ବହିଷ୍କାର କରାଗଲା । କିନ୍ତୁ ସଂଖ୍ୟା ଖେଳରେ ବିପିନ ଆଗୁଆ । ଆସନ୍ତା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିପିନଙ୍କ ଗୋଷ୍ଠୀ ୧୪ଜଣ ସମିତି ସଭ୍ୟଙ୍କ ସମର୍ଥନରେ ମଇଦାନକୁ ଓହ୍ଲାଇବେ । ସେମାନଙ୍କୁ କଡା ସୁରକ୍ଷାରେ ରଖିଛନ୍ତି ବିପିନ । ଅନ୍ୟ ପଟେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବିପ୍ଲବଙ୍କ ପାଈ ଅଗ୍ନି ପରୀକ୍ଷା ହେବ । ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଯଦି ବିପ୍ଲବଙ୍କ ସମର୍ଥନ ହାରିବେ ତାହେଲେ ଦିଗପହଣ୍ଡର ରାଜନୀତି କଡଲେଉଟିବା ସେଥିରେ ସନ୍ଦେହ ନାହିଁ । ୪ଥର ବ୍ଲକ ଅଧ୍ୟକ୍ଷ ଥିବା ବିପିନ ଏବେ ଜିଲ୍ଲା ପରିଷଦର ସଦସ୍ୟ ରହିଛନ୍ତି । ଚଳିତ ନିର୍ବାଚନରେ ଜିତି ଦିଗପହଣ୍ଡରେ ପତୁଆର ଜମେଇବେ ବିପିନ । ଏକଦା ସୂର୍ଯ୍ୟଙ୍କ ସମର୍ଥକ ଥିବା ବିପିନ ସୂର୍ଯ୍ୟଙ୍କ ପାରିବାରବାଦ ସେମାନଙ୍କ ସମ୍ପର୍କରେ ଫାଟ ଆଣିଥିଲା । ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ୧୪ଜଣ ସମିିତି ସଭ୍ୟଙ୍କୁ ନେଇ ଶକ୍ତିପର୍ଦଶନ କରି ଚାଲାଖିର ପରିଚୟ ଦେଇଛନ୍ତି ବିପିନ । ଯଦି ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିପିନ ବାଜି ମାରିଲେ ତାହେଲେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟ ପାଇଁ ଲବି କରିବେ ବିପିନ । କାହିକି ନାଁ ବିଜେଡିର ଫନଡା ବିଜୟ ସମ୍ଭାବନା ଥିବା ନେତାଙ୍କୁ ହିଁ ଟିକେଟ ଦେବ ବୋଲି ସ୍ତର କରିଛି । ତେବେ ଦେଖିବାକୁ ବାକିି ରହିଲା ବିପ୍ଲବ କଣ ସୂର୍ଯ୍ୟଙ୍କ ପରି ଚମକ ଦେଖାଇବେ ନାଁ ବାଜି ମାରିନେବେ ବିପିନ ।

author

Related Articles

Leave a Reply

Your email address will not be published. Required fields are marked *