ଓଡିଶା ରାଜନୀତିରେ ବିରୋଧି କରୁଛନ୍ତି ହାଇ ଭେଲଟେଜ ଡ୍ରାମା, ନବଙ୍କ ପରେ ମୋ ପାଳି

ଓଡିଶା ରାଜନୀତିରେ ବିରୋଧି କରୁଛନ୍ତି ହାଇ ଭେଲଟେଜ ଡ୍ରାମା, ନବଙ୍କ ପରେ ମୋ ପାଳି


ମତେ ମାରିଦିଆଯିବ । ନବ ଦାସକୁ ଯେମିତି ମାରିଦେଲେ ମତେ ସେମିତି ମାରି ଦିଆଯିବ । ମୋ ବିରୋଧରେ ଷଡଯନ୍ତ୍ର ଚାଲୁଛି । ଏମିତି କିଛି କହୁଛନ୍ତି ଜୟନାରାୟଣ ମିଶ୍ର । ହଁ ଆଜ୍ଞା ଆମେ କହୁଛୁ ଗତ କିଛି ଦିନ ତଳେ ହସ୍ପିଟାଲରୁ ଆସିଥିବା ଜୟନାରାୟଣ ଏମିତି ଡ୍ରାମା କରୁଛନ୍ତି । ନିକଟରେ ଶାସକ ବିଜେଡିଦଳର ଅନେକ ନେତା ମନ୍ତ୍ରୀଙ୍କୁ କଟାକ୍ଷ କରି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ବିରୋଧରେ କହୁଥିବା ଜୟନାରାୟଣ ଏବେ ର୍ଡାମା କରି କିଛି ବି କହୁଛନ୍ତି । ଶାସକ ଦଳ ତାଙ୍କୁ ଟାର୍ଗେଟ କରି ମାରିଦେବ ବୋଲି କହୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଟାର୍ଗେଟ କରୁଛନ୍ତି । ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳରେ ବାରମ୍ଭାର ପ୍ରଶ୍ୱକାଳକୁ ମୁଲତବି ରଖାଯାଉଛି । ଡାଲିମାଡ, ପ୍ରଶ୍ନକାଳ ବନ୍ଦ କରିବା , ଜନବିରୋଧି କାର୍ଯ୍ୟ ସବୁଥିରେ ବିରୋଧି ଆଗୁଆ । ଯାହାକୁ ନେଇ ଜୟନାରାୟଣ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲୁଛି । ସରକାରଙ୍କୁ ଆକ୍ଷେପ କରୁଥିବାରୁ ତାଙ୍କର କି ତାଙ୍କ ପରିବାରର କିଛି ହୁଏ ସେଥିପାଇଁ ସରକାର ଦାୟୀ ।

ଜୟନାରାୟଣ କଥାର ପ୍ରତିକ୍ରିୟା ଦେଇ ବିଜେଡି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ହସରେ ଉଡାଇବା ସହ କହିଛନ୍ତି ବିରୋଧି ଡ୍ରାମା କରୁଛନ୍ତି । ଏଠି କେହି ବି ଅସୁରିକ୍ଷିତ ନାହାନ୍ତି । ଏହା ଜମ୍ମୁ-କାଶ୍ମୀର ନିହେଁ ଯେଉଁଠି ତାଙ୍କ ଜୀବନ ଅସୁରକ୍ଷିତ ରହିବ । ସେ ପୂର୍ନରୁ ଯାହା ସବୁ କରିଛନ୍ତି ତାକୁ ଘଣ୍ଟ ଘୋଡାଇବା ପାଇଁ ଏପରି କରୁଛନ୍ତି । ବିଧାନସଭାରେ କରୁଥିବା ତାଙ୍କର ସବୁ ଅଚରଣକୁ ଜନସାଧରଣ ଦେଖୁଛନ୍ତି ଏହାକୁ ଶାଳୀନତା କୁହାଯିବନି । ତେବେ ଜୟନାରାୟଣ କଥାରେ ନିକଟରେ ଲେଲିନ ମହାନ୍ତି ମଧ୍ୟ କହିଥିଲେ ସେ ହସ୍ପିଟାଲରୁ ଆସିଛନ୍ତି ତାଙ୍କ ମାନସିକ ସ୍ଥିତି ଭଲ ନାହିଁ । ତେବେ ଏସବୁ ଅପେକ୍ଷପ କଟାକ୍ଷରେ ଜୟନାରାୟଣ କହୁଥିବା କଥା କେତେ ଦ୍ୱର ସତ ନା କେବଳ ଆଗକୁ ଥିବା ନିର୍ବାଚନ ପାଇଁ ଜୟନାରାୟଣଙ୍କ ଭୋଟ ହାତେଇବାର ଫରମୂଲା । ଶାସକ ଦଳକୁ ଏପରି କହି ସମବେଦନା ନେବାକୁ ଚାହୁଁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *