ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ

ଚଳିତ ବର୍ଷର ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଯାଇଛି । କିନ୍ତୁ ପରୀକ୍ଷା ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ ହୋଇଗଲାଣି । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପରୀକ୍ଷାର୍ଥୀମାନେ କହିଛନ୍ତି । ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା । ହେଲେ ପରୀକ୍ଷା ଆରମ୍ଭ ହେବାର ଦିନକୁ ପୂର୍ବରୁ ସାହିତ୍ୟ, ଇଂରାଜୀ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଏହା ସହ ଅନ୍ୟ କିଛି ବିଷୟର ପ୍ରଶ୍ନପତ୍ର ମଧ୍ୟ ୟୁଟ୍ୟୁବ୍ ଚ୍ୟାନେଲ ସମେତ ହ୍ୱାଟ୍ସଆପରେ ଭାଇରାଲ ହୋଇଥିଲା । ମାଟ୍ରିକ୍ ମୂଲ୍ୟାୟନରେ ଷାଣ୍ମାସିକ ପରୀକ୍ଷାର କୌଣସି ଭୂମିକା ନଥିଲେ ମଧ୍ୟ ପ୍ରଶ୍ନପତ୍ର କିଏ ଓ କାହିଁକି ଭାଇରାଲ କଲା ତାହା ଏବେ ଯାଏଁ ଜଣାପଡିନି ।

author

Related Articles

Leave a Reply

Your email address will not be published. Required fields are marked *