ବିଶ୍ୱକପ କ୍ରିକେଟ ମହାସମର ଆଜି ବାଜିବ ବିଗୁଲ

ବିଶ୍ୱକପ କ୍ରିକେଟ ମହାସମର ଆଜି ବାଜିବ ବିଗୁଲ
The International Cricket Council (ICC) Men’s Cricket World Cup Trophy on display during the 2nd ODI cricket match between West Indies and India, at Kensington Oval in Bridgetown, Barbados, on July 29, 2023. India will host the 13th edition of the ICC World Cup from 5 October to 19 November 2023. (Photo by Randy Brooks / AFP) (Photo by RANDY BROOKS/AFP via Getty Images)


ଆଉ କିଛି ସମୟର ଅପେକ୍ଷା । କିଛି ସମୟ ପରେ ବାଜିବ ବିଶ୍ୱକପ ବିଗୁଲ । କ୍ରିକେଟ ମହାସମର ଆରମ୍ଭ ହେବା । ଅପରାହ୍ନରେ ମୁହାଁମୁହିଁ ହେବେ ଇଂଲଣ୍ଡ- ନ୍ୟୁଜିଲାଣ୍ଡ । ଡିଫେଣ୍ଡିଂ ଚାମ୍ପଆନ ଇଂଲଣ୍ଡ ଓ ଡିଫେଣ୍ଡିଂ ରନର୍ସ ଅଫ ନ୍ୟୁଜିଲାନ୍‌ଡ ମଧ୍ୟରେ ଘମାଘୋଡ ଲଢେଇ ଦେଖିବାକୁ ମିଳିବ । ଏହି ପ୍ରଥମ ମ୍ୟାଚ ଗୁଜୁରାଟର ନରେନ୍ଦ୍ର ମୋଦି କିକ୍ରେଟ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଆରମ୍ଭ କରିବାକୁ ଉତ୍ତୟ ଟିମ ତୟାର ଅଛନ୍ତି । ତେବେ ପ୍ରଥମ ମ୍ୟାଚରେ ପୂର୍ବରୁ ଆହତ ପାଇଁ ଦ୍ରୁତ ବୋଲର ଟିମ ସାଉଦି ଓ ଅଧିନାୟକ କେନ୍ ୱିଲିୟମସନ ବାଦ ପଡିପାରନ୍ତି । ତାଙ୍କ ବଦଳରେ ଟନ୍ ଲାଥନଙ୍କୁ ଅଧିନାୟକ ଦ୍ୱାୟିତ୍ୱ ମିଳିପାରେ । ବ୍ୟକ୍ତିଗତ ସମସ୍ୟା ପାଈ ବେନ୍ ଷ୍ଟୋକ୍ସ ମଧ୍ୟ ମ୍ୟାଚ ଖେଳିନପାରନ୍ତି ।

ତେବେ ବିଶ୍ୱକପର ସବୁଠୁ ହାଇଭେଲଟେଜ ଲଢେଇ ଆସନ୍ତା ୧୪ ତାରିଖ ନଭେମ୍ବର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ମଧ୍ୟରେ ଖେଳିଯିବ । ୧୦ଟି ଦଳ ଆଫଗାନିସ୍ତାନ, ଆଷ୍ଟ୍ରେଳିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ନେଦରଲାଣ୍ଡସ ମଧ୍ୟରେ ଲଢେଇ ହେବ । ଭାରତର ୧୦ଟି ସ୍ଥାନରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ମୁମ୍‌ବାଇ ଓ ପୁନେ ଆସି ସ୍ଥାନରେ ୪୮ଟି ମ୍ୟାଚ ଖେଳାଯିବ ।

author

Related Articles

Leave a Reply

Your email address will not be published. Required fields are marked *