ରାଜ୍ୟସଭା ସଚିବାଳୟ ଦ୍ୱାରା ଯେଉଁ ସରକାରୀ ଆବାସକୁ ବଣ୍ଟିତ କରାଯାଇଥିଲା ରଦ୍ଦ କରିଯିବା ନେଇ ଆପ୍ ସାଂସଦ ରାଘବ ଚଢା ପ୍ରତିକ୍ରୟା ଦେଇଛନ୍ତି । ବିଜେପି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ୭୦ ବର୍ଷରୁ ଅଧିକ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମଥର ଘଟିଥିବା ସେ କହିଛନ୍ତି ।
ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ପଟିଆଲା କୋର୍ଟରୁ ମଧ୍ୟ ଝଟକା ମିଳିଛି । ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ରାଜ୍ୟସଭା ସଚିବାଳୟ ଓକିଲ ଦଲିଲ ଦାଖଲ କରି କହିଛନ୍ତି ଯେ, ରାଘବ ଚଢାଙ୍କ ଟାଇପ୍ ୬ ବଙ୍ଗଳା ଆବଣ୍ଟ କରାଯାଇଛି କିନ୍ତୁ ଟାଇପ୍ ୭ ନୁହେଁ । ଏହା ବିରୋଧରେ ରାଘବ ଚଢା କୋର୍ଟର ଦ୍ୱାରସ୍ଥ ହେବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ।