ସିକିମ୍ ବନ୍ୟା ଦେଉଛି ଦୁଃଖ

ସିକିମ୍ ବନ୍ୟା ଦେଉଛି ଦୁଃଖ

ଦେଶବାସୀଙ୍କୁ ଦୁଃଖ ଦେଉଛି ସିକିମ୍ ବନ୍ୟା । ବଢିଚାଲିଛି ମୃତ୍ୟୁସଂଖ୍ୟା । ଗତ ଶନିବାର ସୁଦ୍ଧା ୫୬ରେ ପହଂଚିଛି ମୃତ୍ୟୁସଂଖ୍ୟା । ସିକିମରୁ ୨୬ଟି ମର ଶରୀର ମିଳିଥିବା ବେଳେ ପଡୋଶୀ ପଶ୍ଚିମବଙ୍ଗରେ ତିସ୍ତା ନଦୀର ତଳିଆ ଅଂଚଳରୁ ଆଉ ୩୦ଟି ମୃତ ଦେହ ମିଳିଛି । ୮ଜଣ ଯବାନଙ୍କ ମର ଶରୀର ମିଳିଥିବା ବେଳେ ଆହୁରି ୧୫ଜଣ ଯବାନ ଓ ୧୪୨ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି । ଏଯାବତ ୨,୪୧୩ ଲୋକଙ୍କୁ ସିକିମର ବିଭିନ୍ନ ଅଂଚଳରୁ ଉଦ୍ଧାର କରାଗଲାଣି । ରାଜ୍ୟର ବିଭିନ୍ନ ଅଂଶରେ ହଜାର ହଜାର ପର୍ଯ୍ୟଟକ ଫସିରହିଛନ୍ତି ।

ବାୟୁସେନା ଦ୍ୱାରା ବାରମ୍ଭାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀପ୍ରେମ ସିଂହ ତମଙ୍ଗ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କ କ୍ଷତିପୂରଣ ଦେଇଛନ୍ତି । ବନ୍ୟା ପ୍ରଭାବିତ ପ୍ରତି ଲୋକଙ୍କୁ ରିଲିଫ ଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ପାଣ୍ଢିରୁ ୪୪.୮ କୋଟି ଟଙ୍କା ମଂଜୁର କରିଛନ୍ତି । ଏହ ସହ ଶିବରରେ ରହିଥିବା ଲୋକଙ୍କୁ ତତ୍କାଳ ରାଜ୍ୟ ସରକାରଙ୍କ ତରଫରୁ ୨ହଜାର ଦିଆଯିବ । ସିକିମରେ ଆଗାମୀ ୫ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି । ଖରାପ ପାଗରେ ଲୋକଙ୍କୁ ଉଦ୍ଧାର କରିବ ଏକ ଚ୍ୟାଲେଂଜି ହେବ ବୋଲି ବାୟୁସେନା ପକ୍ଷରୁ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *