ରୁପା ତାରିକଶି କାମରେ ଝଲସିବେ ଦୁର୍ଗତିନାଶିନୀ

ରୁପା ତାରିକଶି କାମରେ ଝଲସିବେ ଦୁର୍ଗତିନାଶିନୀ

୧୦୦ବର୍ଷର ଏøତିହାସିକ କଟକ ସହର । ରୌପ୍ୟ ତାରକସି କାମରେ ନିପୁଣ କାରିଗରଙ୍କ ସହର କଟକ । ୧୦୦ ବର୍ଷର ପ୍ରଥା ପରମ୍ଫରା । ଆଜି ବି ଜବନ୍ତ କଟକ ସହରରେ । ମାଙ୍କ ଆଶିଷ ଲାଭ କରିବା ପାଇ ପ୍ରଥା ପରମ୍ପରାକୁ ଆଗେଇ ନେଉଛନ୍ତି କଟକ ବାସୀ । ମହାନଦୀ ପଠାରେ ହସିଲାଣି କାଶତଣ୍ଡି , ଆସିଲାଣି ଦୁର୍ଗାପୂଜା । ଦୁର୍ଗାପୂଜା ପାଇ ସଜେଇ ହେଲାଣି ରୌପ୍ୟ ନଗରୀ । ଦୁଃଖ ହାଶିନୀ ଦୁର୍ଗତି ନାଶିନ ମା ମହିଷାମର୍ଦିନୀ ଆସିବେ । ଏଥିପାଇଁ ଚଳଚଂଚଳ ହେଲାଣି କଟକ ନଗରୀ । ସସସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ । ଷ୍ଟେସନ ବଜାର, ଚୌଧୁରି ବଜାର, ମଙ୍ଗଳାବାଗ, ରାଣିହାଟ, କଲେଜ ସ୍କେୟାର ସହ ବାଦମବାଡି, ସିଡିଏ ଆଦି ଏରିଆରେ ମାଙ୍କ ଚାନ୍ଦି ମୂର୍ତ୍ତି ଦେଖିବା ପାଈ ଲୋକଙ୍କ ଭିଡ ଜମିବ । ରୌପ୍ୟ ନଗରୀର ରୌପ୍ୟକଳାରେ ମାଙ୍କ ଚାନ୍ଦି ମୂର୍ତ୍ତି ଝଲସି ଉଠିବ ।

ସୁନା, ରୁପା ତାରକଶିରେ ମାଙ୍କ ମୂର୍ତ୍ତି ସହ ଝଟକିବ ସାରା କଟକ ସହର । କୁହନ୍ତି କଟକରେ ଫେମସ ଦଶହରା । ୧୨ ମାସ ତେର ପର୍ବ ପାଳୁଥିବା କଟକ ବାସୀଙ୍କ ପାଈ ଏହି ଦଶହରା ପର୍ବ କିଛି ନିଆରା । ସର୍ବ ଧର୍ମ ସମ୍ବନୟରେ ବିଶ୍ୱାସ ରଖିଥିବା କଟକ ବାସୀ , ଏଠି ହିନ୍ଦୁ , ମୁସଲମାନ ଏକାକାର ହୋଇ ମାଙ୍କ ପୂଜା ଅର୍ଚ୍ଚନା କରନ୍ତି । ବାଲୁବଜାର, ବଙ୍ଗାଳିସାହିରେ ବହୁ ପୁରାତନ କାଳରୁ ମାଙ୍କ ପୂଜା ହୋଇଆସୁଛି । ବାଉନ ବଜାର ତେପନ ଗଳିର କଟକ ସହରରେ ଦଶହରାରେ ବୁଲିବାକୁ କାହିଁ କେଉଁଆଡୁ ଛୁଟି ଆସନ୍ତି ଲୋକ । ତେବେ କୁହାଯାଏ ଯଦି ଦଶହରା ଦେଖିବାକୁ ଚାହୁଛ ତାହାଲେ କଲିକତାରେ ଦେଖ ନହେଲେ କଟକରେ ଦେଖ । ତେବେ କଟକର ପୀଠ ମାନଙ୍କରେ ଷୋଡଶପୂଜା ଆରମ୍ଭ ହୋଇଗଲାଣି । କଟକ ଚଣ୍ଡି ଗଡଚଣ୍ଡି ଆଦି ମାଙ୍କ ପୀଠରେ ପୂଜାହେଲାଣି । ତେବେ ଦୀର୍ଘ ୪ଦିନ ସପ୍ତମୀ , ଅଷ୍ଟମୀ, ନବମୀ, ଦଶମୀ ଆଦି ଦିନରେ ମାଙ୍କୁ ବିଭିନ୍ନ ମନ୍ତ୍ର-ତନ୍ତ୍ରରେ ପୂଜା କରାଯାଏ । ପରେ ଦିନ ଭସାଣିରେ ଭିଡ ଜମେ କଟକ ସହରରେ । ମାଙ୍କ ମୂର୍ତ୍ତି ସହ ଝଲସି ଉଠେ ସାରା କଟକ ସହର । ଆଲୋକମାଳା , ଭଜନ କର୍ତ୍ତିନରେ କମ୍ପି ଉଠେ ପରିବେଶ ।
କଟକରୁ ଡିମ୍ପଲ ସ୍ୱାଈଙ୍କ ରିର୍ପୋଟ ରିଓ ନ୍ୟୁଜ

author

Related Articles

Leave a Reply

Your email address will not be published. Required fields are marked *