କାହିଁକି ପୂଜା ପାଉନାହାନ୍ତି ସୃଷ୍ଟି କର୍ତ୍ତା ବ୍ରହ୍ମା ?

କାହିଁକି ପୂଜା ପାଉନାହାନ୍ତି ସୃଷ୍ଟି କର୍ତ୍ତା ବ୍ରହ୍ମା ?

ବେଦର ଜ୍ଞାନରେ ପରିପୂର୍ଣ୍ଣ ତଥା ବେଦ ଏବଂ ସମଗ୍ର ସୃଷ୍ଚିର କର୍ତ୍ତା ହେଉଛନ୍ତି ସ୍ୱୟଂ ବ୍ରହ୍ମା । ଭଗବାନ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମାଙ୍କର ସୃଷ୍ଟି ହୋଇଛି । କିନ୍ତୁ କେବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି କି ହିନ୍ଦୁ ଧର୍ମରେ ସବୁ ଦେବତାଙ୍କୁ ପୂଜା କରାଯାଇଥିବା ବେଳେ ସ୍ୱୟଂ ସୃଷ୍ଟିର ରଚୟିତା,ସମସ୍ତ ପ୍ରାଣୀଙ୍କୁ ଜୀବନ ଦାନ କରିଥିବା ସେହି ବ୍ରହ୍ମାଙ୍କୁ କାହିଁକି ପୂଜା କରାଯାଏନାହିଁ । ସମଗ୍ର ବିଶ୍ୱରେ ବ୍ରହ୍ମାଙ୍କର ହାତ ଗଣତି କାହିଁ କେତୋଟି ମନ୍ଦିର ରହିଛି । ତା ମଧ୍ୟରୁ ସବୁଠୁ ପ୍ରାଚୀନ ମନ୍ଦିର ରାଜସ୍ଥାନର ପୁଷ୍କର ଠାରେ ରିହିଛି । ତେବେ ଚାଲନ୍ତୁ ଜାଣିବା ଭଗବାନ ବ୍ରହ୍ମାଙ୍କୁ ପୂଜା ନ କରାଯିବା ପଛର ରହସ୍ୟ କଣ ।


ବ୍ରହ୍ମାଙ୍କ ଠାରୁ ହିଁ ବେଦର ଆରମ୍ଭ ତାଙ୍କର ଚାରୋଟି ଶିର ଏବଂ ଚାରୋଟି ବାହୁ ରହିଛି । ତାଙ୍କର ଚାରିଗୋଟି ବାହୁରେ ଚାରିପ୍ରକାର ବେଦ ରହିଛି । ତେବେ ବ୍ରହ୍ମାଙ୍କୁ ପୂଜା ନ କରାଯିବାର ମୁଖ୍ୟ କାରଣ ହେଉଛି ଏକଦା ବ୍ରହ୍ମାଙ୍କୁ ସୃଷ୍ଚିର କଲ୍ୟାଣ ପାଇଁ ପୃଥୀବିରେ ଏକ ଯଜ୍ଞ ସଂପାଦନ କରିବାର ଥିଲା । ଯଜ୍ଞ କାର୍ଯ୍ୟ ପାଇଁ ଉଚିତ ସ୍ଥାନ ସନ୍ଧାନରେ ସେ ତାଙ୍କ ବାହୁର ଗୋଟିଏ ପଦ୍ମକୁ ପୃଥୀବି ପୃଷ୍ଠକୁ ପଠାଇଥିଲେ ଯାହା ରାଜସ୍ଥାନର ପୁଷ୍କରଠାରେ ପଡିଲା ଏବଂ ସେଠାରେ ଏକ ପୁଷ୍କରିଣୀ ଉଦ୍ଭାବନ ହେଲା ଏବଂ ସେହି ସ୍ଥାନକୁ ହିଁ ଯଜ୍ଞ ନିମନ୍ତେ ସ୍ଥିର କରାଗଲା । ଯଜ୍ଞ ଆରମ୍ଭ ହେଲା କିନ୍ତୁ ଯଜ୍ଞ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ବ୍ରହ୍ମାଙ୍କ ପତ୍ନୀ ସାବିତ୍ରୀଙ୍କର ଆବଶ୍ୟକତା ଥିଲା ପରନ୍ତୁ ଉଚିତ ସମୟରେ ସାବିତ୍ରୀ ନ ପହଞ୍ଚିବା ହେତୁ ବ୍ରହ୍ମା ସେଠାରେ ସ୍ଥିତ ଜଣେ ନାରୀକୁ ବିବାହ କରିନେଇ ଯଜ୍ଞକୁ ସଫଳ କରାଇଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ସାବିତ୍ରୀ ସେଠାରେ ପହଞ୍ଚିଲେ ଯଜ୍ଞରେ ନିଜ ସ୍ଥାନରେ ଅନ୍ୟ ଏକ ନାରୀକୁ ଦେଖି କ୍ରୋଧିତ ହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ସଂପୂର୍ଣ୍ଣ ପୃଥିବୀରେ କୌଣସି ସ୍ଥାନରେ କି କୌଣସି ଲୋକ ବ୍ରହ୍ମାଙ୍କର ପୂଜା କରିବେ ନାହିଁ ।
ପରବର୍ତ୍ତୀ ସମୟରେ ସାବିତ୍ରୀଙ୍କ କ୍ରୋଧଶାନ୍ତ ହେବା ପରେ ସବୁ ଦେବତାଙ୍କ ବିନତୀ କ୍ରମେ ବ୍ରହ୍ମା ଯେଉଁ ସ୍ଥାନରେ ଯଜ୍ଞ କରିଥିଲେ ସେହି ସ୍ଥାନରେ ହିଁ ପୂଜା ପାଇବେ ବୋଲି ସାବିତ୍ରୀ କହିଥିଲେ । ଏଣୁ କରି ରାଜସ୍ଥାନର ବ୍ରହ୍ମାଙ୍କର ଏହି ମନ୍ଦିର ପ୍ରସିଦ୍ଧ ଅଟେ ଏବଂ ବିଶ୍ୱର କମ୍ ସ୍ଥାନରେ ପୂଜା କରାଯାଏ ।

author

Related Articles

Leave a Reply

Your email address will not be published. Required fields are marked *