ଇସ୍ରାଏଲରେ ଫସିଥିବା ଭାରତୀୟ ଲୋକଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରଚେଷ୍ଟା

ଇସ୍ରାଏଲରେ ଫସିଥିବା ଭାରତୀୟ ଲୋକଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରଚେଷ୍ଟା

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢେଇ । ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ତେଣୁ କିପରି ଇସ୍ରାଏଲରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି ଭାରତର ସରକାର । ଏହି ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରାଳୟ ତୀକ୍ଷଣ ନଜର ରଖିଛନ୍ତି ।

ଶନିବାର ସକାଳଠୁ ହମାସ ପ୍ରଥମେ ରକେଟ୍ ମାଡ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ହମାସ ଆକ୍ରମଣରେ ଇସ୍ରାଏଲର ୭୦୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହା ବ୍ୟତୀତ ୧୦୦ ଜଣ ଲୋକଙ୍କୁ ଅପହରଣ କରାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ପାଲେଷ୍ଟାଇନର ୪୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରକେଟ୍ ଆକ୍ରମଣ ଯୋଗୁଁ କିଛି ଲୋକ ଆହତ ହୋଇଥିଲେ । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ଇସ୍ରାଏଲ ଯବାନ ଥିଲେ । ସେମାନେ ସାମାନ୍ୟ ଆହତ ହୋଇଥିଲେ । ଦକ୍ଷିଣ ଇସ୍ରାଏଲର ଓଫାକିମ ସହରରେ ହମାସ ଇସ୍ରାଏଲର ଯବାନ ଙ୍କୁ ବନ୍ଧକ ରଖିଥିଲା । ରବିବାର ସେମାନଙ୍କୁ ଉଦ୍ଧାର କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *