ରାଜସ୍ଥାନରେ କିଏ ଗଢିବ ସରକାର ? କଂଗ୍ରେସ ନା ବିଜେପି ?

ରାଜସ୍ଥାନରେ କିଏ ଗଢିବ ସରକାର ? କଂଗ୍ରେସ ନା ବିଜେପି ?

୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜସ୍ଥାନ ବିଧାନସଭାର ନିର୍ବାଚନ ତାରିଖ ଘୋଷଣା ହୋଇଛି । ତେବେ କିଏ କରିବ ରାଜସ୍ଥାନରେ ସରକାର ? ନିଜ ଗଡ ରକ୍ଷା କରିବ କଂଗ୍ରେସ ନା ବିଜେପି ସରକାର କରିବ ? ଆସନ୍ତା ନଭେମ୍ବର ୨୩ ତାରିଖରେ ଏଠାରେ ଭୋଟ୍ ପଡିବାକୁ ଥିବାବେଳେ, ଡିସେମ୍ବର ୩ ତାରିଖରେ ଆସିବ ଫଳାଫଳ । ମୋଟ ୨୦୦ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ରାଜସ୍ଥାନରେ ମୋଟ ୫.୨୫ କୋଟି ଭୋଟର ରହିଛନ୍ତି । ଯିଏକି ସରକାର ଗଢିବାକୁ ଭୋଟ୍ ଦେବେ । ଏହା ଭିତରୁ ୨.୭୩ କୋଟି ପୁରୁଷ ଭୋଟର ଥିବାବେଳେ, ୨.୫୨ କୋଟି ମହିଳା ଭୋଟର ରହିଛନ୍ତି । ତେବେ ଏଥର ନିର୍ବାଚନରେ ନୂଆ କରି ଭାଗ ନେବାକୁ ଥିବା ୨୨.୦୪ ଲକ୍ଷ ନୂଆ ଭୋଟରଙ୍କୁ ନିଜ ପଟକୁ ନେବାକୁ ଉଭୟ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ଅନ୍ୟପଟେ ରାଜସ୍ଥାନରେ ଏବେ ଗେହଲଟ ସରକାର ଥିବାରୁ କଂଗ୍ରେସ ମଧ୍ୟ ନିଜ ଗଡ ରକ୍ଷା କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରିବ । ହେଲେ ଏହାରି ଭିତରେ ଦୁଇଟି ଯାକ ଦଳ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବା ରାଜନୈତିକ ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ବିନା କୌଣସି ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, କଂଗ୍ରେସ ମିଳିତ ନେତୃତ୍ୱରେ ବିଶ୍ୱାସ କରି ନିର୍ବାଚନକୁ ଓହ୍ଲାଇଛି ।

author

Related Articles

Leave a Reply

Your email address will not be published. Required fields are marked *