କିଏ ବିଶ୍ୱର ସବୁଠୁ ବଡ ଧନୀ ?

କିଏ ବିଶ୍ୱର ସବୁଠୁ ବଡ ଧନୀ ?


ଧନୀ ତାଲିକାରୁ ଖସିଲେ ଏଲନ ମକ୍ସ । ତେବେ ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଡ ବିଶ୍ୱର ସବୁଠୁ ବଡ ଧନୀ । ଦ୍ୱିତୀୟ ସ୍ଥାନରେ ଏଲନ ମକ୍ସ । ନବମ ସ୍ଥାନରେ ମୁକେଶ ଅମ୍ବାନୀ । ପ୍ରକାଶ ପାଇଛି ଫେବର୍ସର ଧନୀ ତାଲିକା । ପ୍ରଥମ ସ୍ଥାନରେ ଏଲଭିଏମଏଚର ସିଇଓ ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଡ । ଟେସଲା ସିଇଓଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ଅଛନ୍ତି ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଡ । ୩ୟ ସ୍ଥାନରେ ଆମଜନ ପ୍ରତିଷ୍ଠାତା ଅଛନ୍ତି । ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଡଙ୍କ ସମ୍ପତ୍ତି ୨୧ହଜାର ୧୦୦କୋଟି ଡଲାର ବା ୧୭.୫୩ ଲକ୍ଷ କୋଟି ଟଙ୍କା । ସେହିପରି ଏଲମ ମକ୍ସଙ୍କ ସମ୍ପତ୍ତି ୧୪.୯୬ ଲକ୍ଷ କୋଟି ଟଙ୍କା ।ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୬.୯୩ଲକ୍ଷ କୋଟି ଟଙ୍କା ବୋଲି ସୂଚନା ମିଳିଛି । ସେହି ଗୌତମ ଆଦାନୀ ଧନୀ ତାଲିକାର ୨୪ତମ ସ୍ଥାନରେ ରହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *