ବିଜେଡି ମୁହାଁ ହେବେକି ବୈଜୟନ୍ତ ?

ବିଜେଡି ମୁହାଁ ହେବେକି ବୈଜୟନ୍ତ ?

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଜୋର ସୋର ସମାଲୋଚନା । 2024 ନିର୍ବାଚନ ପାଇଁ କେଉଁ ମଞ୍ଜି ବୁଣୁଛନ୍ତି ବୈଜୟନ୍ତ ? ଆଗକୁ କେଉଁ ରାଜନୈତିକ ଚିତ୍ର ସୃଷ୍ଟି କରିବେ । ତେବେ ବୈଜୟନ୍ତଙ୍କୁ ନେଇ ଆମେ ଏପରି କହିବାର ଯଥାର୍ଥ କଣ ଜାଣିଛନ୍ତି କି ?ବୈଜୟନ୍ତଙ୍କୁ ନେଇ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ପୂର୍ବତନ ବିଜେଡି ସାଂସଦ ତଥା ଏବେର ବିଜେପି ନେତା ବୈଜୟନ୍ତ । ଆଜ୍ଞା ହଁ ଆପଣ ଠିକ ଶୁଣିଛନ୍ତି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟି ସତ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦିଓ ବୈଜୟନ୍ତଙ୍କ ବାପା ବଂଶୀଧରଙ୍କ ମୃତ୍ୟ ସମୟରେ ନବୀନ ଯାଇନଥିଲେ ତେବେ ଗୀତାଙ୍କ ଅନ୍ତିମ ସଂସ୍କାର ସମୟରେ ବୈଜୟନ୍ତ ସେଠାକୁ ଯାଇଥିଲେ ଏବଂ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ। କେବଳ ସେତିକି ନୁହେଁ ନବୀନଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ଯାହାକୁ ନେଇ ନେତାଙ୍କଠାରୁ ଜନତା ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା ବୈଜୟନ୍ତଙ୍କ ୟେ କେଉଁ ଚାଲ । ବିଜେଡିରେ ମିଶିବେ କି ବୈଜୟନ୍ତ ।
ନିଜର ସାମାଜିକ କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି ହୁଏତ ସେ ଏପରି କରିଥାଇପାରନ୍ତି କିନ୍ତୁ ରାଜ୍ୟ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦେଖିବାକୁ ବାକି ରହିଲା ନବୀନ ପଟ୍ଟନାୟକ ଓ ବିଜେପି ନେତା ବୈଜୟନ୍ତ ଙ୍କ ଏଇ ଭେଟଘାଟ ଏବେ କି ମୋଡ ଆଣିବାକୁ ଯାଉଛି ରାଜ୍ୟ ରାଜନୀତିରେ ? ପୁଣି ବିଜେଡି ମୁହାଁ ହେବେକି ବୈଜୟନ୍ତ ?

author

Related Articles

Leave a Reply

Your email address will not be published. Required fields are marked *