ସୁନା ରୁପାରେ ସଜେଇ ହୋଇ ଧରାବତରଣ କରିବେ ମାଆ

ସୁନା ରୁପାରେ ସଜେଇ ହୋଇ ଧରାବତରଣ କରିବେ ମାଆ

ହଁ ଦର୍ଶକ ବନ୍ଧୁ ଆମେ କହୁଛି ପାର୍ବଣ ଋତୁର କଥା।ସବୁବେଳେ କିଛି ନୂଆ ଥିମ୍‌ କୁ ନେଇ ସହିଦନଗର ଦୁର୍ଗା ମଣ୍ଡପରେ ତିଆରି ହୁଏ ନୂଆ ନୂଆ ମେଢ଼। ଏଥର ମଧ୍ୟ ମା’ଙ୍କ ଆଗମନ ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତ ବର୍ଷ ରାମ ଙ୍କ ମନ୍ଦିର କରାଯାଇଥିବା ବେଳେ ଏଥର ହେବାକୁ ହଉଛି କାଳ୍ପନିକ ପ୍ରାସାଦ। ପ୍ରତି ବର୍ଷ ପରି ଏହି ବର୍ଷ ପୂଜାରେ ସମିତି ପକ୍ଷରୁ eco-friendly ତୋରଣ ସୁସଜ୍ଜିତ ହେବ,
ତୋରଣଟିର ଉଚ୍ଚତା ପ୍ରାୟ 85ft ଓ ଦୈର୍ଘ୍ୟ 120ft ଏହା କୁ
କରୁଛନ୍ତି, କଲିକତା କାରିଗର।
ସେହି ଭଳି light Decorator ମଧ୍ୟ କଲିକତା ରୁ ଅଣାଯାଇଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମା ଚାନ୍ଦି ମେଢ଼ ଓ ସୁନାମୁକୁଟ, ସୁନା ଅଳଙ୍କାର ଓ ରୂପା ଅଳଙ୍କାର ରେ ସୁସଜ୍ଜିତ ହେବେ ଏହି ବର୍ଷ ସମିତି ନିଷ୍ପତ୍ତି ନେଇଛନ୍ତି କି ମା ଙ୍କ ପୂଜା କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ସବୁ ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ଉପଚାର,ଭୋଗ, ଅତି ନିଷ୍ଠାପରତା ସହିତ ହେବ ବୋଲି ସମିତି ନିଷ୍ପତ୍ତି କରିଛନ୍ତି । ତାହା ସହିତ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଶ୍ରଦ୍ଧାଳୁଙ୍କ ଦର୍ଶନ, ଏହି ନିମନ୍ତେ ବୟସ୍କ, ମହିଳା ଓ ଦିବ୍ୟାଙ୍ଗ(disable) ମାନେ କିପରି ଭଲରେ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଅଛି। ତୋରଣଟି ସମ୍ପୂର୍ଣ୍ଣ ନୂଆ, ଏହା କୌଣସି କପି ନୁହେଁ….ଏହାକୁ ଆମର ଯୁବ ସଭ୍ୟମାନେ ଡ୍ରଇଂ କରି ଏକ କାଳ୍ପନିକ ତୋରଣର ପରିକଳ୍ପନା ଦେଇଛନ୍ତି । ଆମେ ଆଶା କରୁଛୁ ଏହି ତୋରଣଟି ନିଶ୍ଚିତ ସମସ୍ତଙ୍କର ପସନ୍ଦ ହେବ ଓ ସମସ୍ତ ଶ୍ରଦ୍ଧାଳୁ ଭଲ ରେ ଆସି ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରନ୍ତୁ । ଏହି ବର୍ଷ ସମୁହ ଭସାଣୀ ରେ ସହିଦନଗର ସମିତି ତରଫରୁ ସବୁ ପାରମ୍ପରିକ ବାଦ୍ୟ ସହ ନାସିକ ଢୋଲ ବାଜା ମୁଖ୍ୟ ଆକର୍ଷଣ ହେବ,ଜନସାଧାରଣଙ୍କ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ 100 ରୁ ଉର୍ଦ୍ଧ୍ବ ମହିଳ ଓ ପୁରୁଷ ସ୍ବେଚ୍ଛାସେବୀ ଓ କର୍ମକର୍ତ୍ତା ନିୟୋଜିତ କରାଯିବ ଓ CCTV ର ପର୍ଯ୍ୟାସ୍ତ ବ୍ୟବସ୍ଥା କରାଯାଇଅଛି । ସେମିତି ମନୋରଞ୍ଜନ ପାଇଁ ଆମ ପଛପାଖ ପଡିଆରେ ଶ୍ରଦ୍ଧାଳୁଙ୍କ ପାଇଁ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି । ଅନ୍ୟପଟେ ଭସାନିରେ ଶୁଭିବ ନମ୍ୱର ୱାନ ନାଗପୁର ବାଜା। ତେବେ ଭୁବନେଶ୍ବରରେ କାହା ମେଢ଼ ଓ ଭସାଣି ହେବ ଏଥର ଏକ ନମ୍ବର ତାହା ଦେଖିବକୁ ବାକି ରହିଲା।

author

Related Articles

Leave a Reply

Your email address will not be published. Required fields are marked *