କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ । ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ସର୍ବମୋକ୍ଷ ହେଉଛି । ଗ୍ରହଣର ଆଦ୍ୟାନ୍ତରାଳ ୧ ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ ରହିଛି । ଏହି ଚନ୍ଦ୍ରଗ୍ରହଣକୁ ନେଇ ସିନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ପାକତ୍ୟାଗ କରାଯାଇଛି । ତେବେ ଚନ୍ଦ୍ରଗ୍ରହଣକୁ ୧ ଘଣ୍ଟା ୧୯ ସେକେଣ୍ଡର ଚନ୍ଦ୍ରଗ୍ରହଣକୁ ଦେଖିବାର ସୁଯୋଗ ରହିଛି । ତେବେ ୧୨ଟି ରାଶି ମଧ୍ୟରୁ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ପାଇଁ ଅଶୁଭ ଥିବା ବେଳେ ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଶୁଭ ଫଳଦାୟକ ହେବ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ତେବେ ଚନ୍ଦ୍ରଗ୍ରହଣର ୯ଘଣ୍ଟା ପୂର୍ବରୁ ୪ଟା ୪ମିନିଟ୍ ୫୫ ସେକେଣ୍ଡ ଠାରୁ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ, ଦେବନୀତି ନିଷେଧ ରହିଛି । ତେବେ ଅକ୍ଟୋବର ୨୮ କୁମାର ପୂର୍ଣ୍ଣିମା ଥିବାରୁ ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ୪ଟା ୪ ପୂର୍ବରୁ ସମସ୍ତ ଦେବନୀତି ସାରିବାକୁ ନିଷ୍ପତ୍ତି ରହିଛି । ଶ୍ରୀମନ୍ଦିରରେ ଚନ୍ଦ୍ରଗ୍ରହଣକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ରାତି ୨ଟାରେ ଦ୍ୱାରଫିଟା, ରାତି ୩ଟାରେ ମଙ୍ଗଳ ଆଳତି ସହ ଅନ୍ୟାନ ନୀତିକାନ୍ତି କରିବାକୁ ନିଷ୍ପତ୍ତି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *