ପୁଅ ଝିଅ କାହାକୁ ଛାଡିଲେନି ଚାଟିଙ୍ଗକରି ଫସିଲେ ଯୁବକ ଯୁବତୀ …..

ପୁଅ ଝିଅ କାହାକୁ ଛାଡିଲେନି ଚାଟିଙ୍ଗକରି ଫସିଲେ ଯୁବକ ଯୁବତୀ …..

ଚାଟିଙ୍ଗ ଆପରେ ଯୁବକଙ୍କ ସହ ଚାଟିଙ୍ଗ କରୁଥିଲେ | ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମାଇବା ପରେ ମଉଜମସ୍ତି ପାଇଁ ଭୁବନେଶ୍ୱର ଗ୍ୟାରେଜ ଚକକୁ ଡାକୁଥିଲେ |ଏହାପରେ ଯୁବକମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଘରକୁ ଡାକି ନେଇ ନିର୍ଯାତନା ଦେଉଥିଲେ | ମାଡ଼ ମାରୁଥିଲେ ,ଆଉ ପାଖରେ ଥିବା ଟଙ୍କା,ସୁନା ଚେନ ଛଡାଇନେଉଥିଲେ | ମାଡ଼ ମାରିବା ସମୟରେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଛାଡିଦେବୁ ଧମକ ଦଉଥିଲେ | ଧମକେଇବା ସହ ଫୋନେପେ ରୁ ଟଙ୍କା ମଧ୍ୟ୍ୟ ନେଇଯାଉଥିଲେ | ଏହି ଗିୟାଙ୍କରେ ୪ଜଣ ନାବାଳକ ଓ ଜଣେ ସାବାଳକ ରହିଛନ୍ତି | ୨ଟି ଅଭିଯୋଗ ଆଧାରରେ ପୋଲିସ ପୃଥକ ମାମଲା ରୁଜୁ କରି ସମସ୍ତ ନାବାଳକଙ୍କ ଜୁଭେନାଇଲ ବୋର୍ଡର ହାଜର କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ଗଂଜାମର ଏ.ମନୋଜ ଦୋରାଙ୍କ ଗିରଫ ପରେ ବୁଧୁବାର କୋର୍ଟ ଚାଲାଣ କରିଥିଲା |
ସେମାଙ୍କଠାରୁ ଗୋଟିଏ ବୁଲେଟ ,୩୪ ହଜାର ଟଙ୍କା ଜବତ କରାଯାଇଛି |
ଏଥିସହ ସାଇବର ସେଲ ସହାୟତାରେ ୮୫,୧୩୭ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ୍ୟ ବ୍ଲକ କରିଛି | ଧରାପଡିଥିବା ଅଭିଯୁକ୍ତମାନେ ଲୁଟ ଟଙ୍କାକୁ ମିଶାଇ କିସ୍ତିରେ ଏକ ଆଇଫୋନ କିଣିଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି |
ପୋଲିସ ସୂଚନା ଅନୁସାରେ, ବଡ଼ଗଡ଼ ଥାନା ଅଂଚଳରେ ଜଣେ ଯୁବକ ଗେ, ଚାଟ ଆପ ଜରିଆରେ ଚାଟ କରୁଥିଲେ | ସମ୍ପର୍କ ବଢିବା ପରେ ଅଭିଯୁକ୍ତମାନେ ତାଙ୍କୁ ଖାଇବା ଦେବା ପାଇଁ ଗ୍ୟାରେଜ ଛକକୁ ଡାକିଥିଲେ | ଏହାପରେ ଧରାପଡିଥିବା ୫ ଅଭିଯୁକ୍ତ ଗ୍ୟାରେଜ ଛକ ଅଂଚଳରେ ଥିବା ଏକ ଟିନାଘରକୁ ନେଇ ଟଙ୍କା ସୁନା ଛଡାଇନେଇଉଥିଲେ |
ମିଳିମିଶି ମାଡ଼ ମାରିବାସହ ତାଙ୍କ ଆକାଉଣ୍ଟରୁ ଦେଢ଼ ଲଖ୍ୟ ଟଙ୍କା,ଫୋନ ଆଦି ନେଇଯାଉଥିଲେ | ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଗିୟାଙ୍କଠାବ କରିଥିଲା |

author

Related Articles

Leave a Reply

Your email address will not be published. Required fields are marked *