ଆଉ ସପ୍ତାହେ ତାତି, ୧୯ରେ ଘୂର୍ଣ୍ଣିବଳୟ

ଆଉ ସପ୍ତାହେ ତାତି, ୧୯ରେ ଘୂର୍ଣ୍ଣିବଳୟ

ଆହୁରି ସପ୍ତାହେ ଯାଏଁ ଅସହ୍ୟ ତାତି । ୧୯ କିମ୍ବା ୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ବଙ୍ଗୋପସାଗର ଓ ଆରବସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗରମର ପ୍ରକୋପ କମିବ । ହେଲେ ଦଶହରା ପୂଜା ବେଳକୁ ବର୍ଷା ଆଶଙ୍କା କମ୍ ରହିଛି । ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଅନେକ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି ।
ପାଣିପାଗ ବିଶେଷଜ୍ଞ କହିଛନ୍ତି, ଅକ୍ଟୋବରରେ ଏଭଳି ତାତି ଏକ ବିଚିତ୍ର କଥା। ଅନ୍ୟପଟେ ରାଜ୍ୟକୁ ଉତ୍ତର-ପୂର୍ବ ପବନ ବିଳମ୍ବିତ ହେଉଥିବାରୁ ଥଣ୍ଡା ବଦଳରେ ଗରମ ହେଉଥିବା ସେ କହିଛନ୍ତି । ଅଳ୍ପବହୁତ ଏହି ଭଳି ତାତି ଜାରି ରହିବ ଓ ଦୁର୍ଗାପୂଜା ଆଡ଼କୁ ପାଗ ପରିବର୍ତ୍ତନ ହୋଇପାରେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଡ. ପଶୁପାଳକ ଆହୁରି ମଧ୍ୟ କହିଛନ୍ତି, ସାଧାରଣତଃ ଅକ୍ଟୋବର ୧୦ରୁ ୧୫ ତାରିଖ ଭିତରେ ଓଡ଼ିଶାରୁ ମୌସୁମୀ ଫେରିଯାଏ । ଏହାପରେ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । କିନ୍ତୁ ଏବେ ଉତ୍ତର-ପୂର୍ବ ବଦଳରେ ଉତ୍ତର-ପଶ୍ଚିମରୁ ପବନ ଓଡ଼ିଶାକୁ ବହୁଛି। ଅନ୍ୟପଟେ ଅକ୍ଟୋବର ମାସରେ ମଝିରେ ମଝିରେ କିଛି କିଛି ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇନାହିଁ। ଫଳରେ ମାଟି ଶୁଖିଲା ରହିଛି, ମାଟି ତାତି ବାୟୁମଣ୍ଡଳକୁ ତତାଇ ଦେଉଛି । ସେହିଭଳି ଆକାଶ ଏବେ ମେଘମୁକ୍ତ ରହିଛି । ସୂର‌୍ୟ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି। ପଶ୍ଚିମ ଭାରତରେ ଗୁରୁଚାପ ସୃଷ୍ଟି ହୋଇଛି । ଫଳରେ ସେଠାରୁ ପଶ୍ଚିମା ପବନ ବହୁଛି ଓ ଓଡ଼ିଶା ଗରମ ହେବାରେ ଲାଗିଛି। ଏହାକୁ ‘ଅକ୍ଟୋବର ହିଟ୍’ ବୋଲି କୁହାଯାଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *