ଓଡିଶାକୁ ଅକ୍ଟୋବର ଭୟ, ଉଜାଡୁଛି ଭାତହାଣ୍ଡି, ସହସ୍ର ଜମି ବାଲିଚର

ଓଡିଶାକୁ ଅକ୍ଟୋବର ଭୟ, ଉଜାଡୁଛି ଭାତହାଣ୍ଡି, ସହସ୍ର ଜମି ବାଲିଚର

ଏବେ ବାତ୍ୟା ନା ଶୁଣିଲେ ଓଡିଶାବାସୀଙ୍କ ମନରେ କେକୁଆ ଭୟ ସୃଷ୍ଟି ହେଉଛି । ବର୍ଷର ଅକ୍ଟୋବର ମାସରେ ମାଡି ଆସୁଛି ଭୟଙ୍କର ବାତ୍ୟା । ବାତ୍ୟାରେ ମଣିଷ ସହ ପ୍ରଭାବିତ ହେଉଛନ୍ତି ବହୁ ଜଙ୍ଗଲୀ ଜୀବଜନ୍ତୁ । ୨୦୧୩ ଆଜିର ଦିନରେ ଅକ୍ଟୋବର ୧୨ରେ ଫାଇଲିନ୍ ଓ ୨୦୧୪ ଅକ୍ଟୋବରସେହି ୧୨ରେ ହୁଡହୁଡ ଗଂଜାମ ଜିଲ୍ଲା ବାସୀଙ୍କ ପାଈ ଏକ ଅଭୁଲା ଓ ଦୁଃଖର ଦିନ ଥିଲା । ତେବେ ଓଡିଶାର ସବୁଠୁ ବଡ ବାତ୍ୟା କହିଲେ ୧୯୯୯ ମସିହା ଅକ୍ଟୋବର ୨୯ରେ ହୋଇଥିବା ସେହି ପ୍ରଳୟଙ୍କାରୀ ମହାବତ୍ୟା । ଗଂଜାମ ଜିଲ୍ଲାବାସୀଙ୍କ ଅଣ୍ଟାଭଙ୍ଗି ଦେଇଥିଲା ଏହି ୧୯୯୯ ମହାବାତ୍ୟା । ସହସ୍ର ଫସଲ ନଷ୍ଟ ହୋଇଯାଇଥିଲା । ବେସାହାରା ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ସେଦିନ ଅକ୍ଟୋବର ୧୨ରେ ମହାଷ୍ଟମୀର କାଳରାତ୍ରୀରେ ମହାତାଣ୍ଡବ କରିଥିଲା ବାତ୍ୟା ଫାଇଲିନ । ସମଗ୍ର ଗଂଜାମ ଜିଲ୍ଲାକୁ ଛାରଖାର କରିଥିଲା ବାତ୍ୟା ପାଇଲିନ । ଉଜାଡିଥିଲା ଲକ୍ଷ୍ୟ ଲକ୍ଷ୍ୟଙ୍କ ଧନଜୀବନ । ୬ଘଣ୍ଟାରର କରାଳ ତାଣ୍ଡବରେ ଗଂଜାମରେ ଯେମିତି ହାହାକାର ପଡିଥଲା ।

ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାର ଦେଢଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ । ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଥିଲେ ଜିଲ୍ଲା ଜିରୋ କଜୁଆଲଟି କ୍ଷେତ୍ରରେ ରେଲ ମଡେଲ ପାଲଟିଥିଲା । ଏହାର ଠିକ ବର୍ଷ ପରେ ଗଂଜାମଜିଲ୍ଲାରେ ହୁଡହୁଡ ବାତ୍ୟାର ପ୍ରଳୟ ହୋଇଥିଲା । ଯାହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଲ୍ୟାଣ୍ଡଫଲ କରି ପ୍ରଳୟ କରିଥିଲା । ତେବେ ୧୦ବର୍ଷ ବିତି ଯାଇଥିଲେ ବି ଏବେ ବି ବାତ୍ୟାର ଡରରେ ରହୁଛନ୍ତି ଓଡିଶାବାସୀ । ଫାଇଲିନ ବାତ୍ୟା ଓଡିଶାବାସିଙ୍କ ଭାତହାଣ୍ଡକୁ ଉଜାଡି ଦେଇଥିଲା । ଫରିବା ସମେତ ବିଭିନ୍ନ ଫସଲ ଜମିରେ ବାଲିଚରି ଯାଇଥିଲା । ନଦୀ ନାଳ, ଗାଁଗଣ୍ଡାରେ ପାଣିର ଆସର ଜମିଥିଲା । ଏବେ ଓଡିଶାବାସୀ ବାତ୍ୟା ନା ଶୁଣିଲେ କୋକୁଆ ଭୟ ଆସୁଛି । ଏହି ସବୁ ବାତ୍ୟାରେ ବେସାହାରା ହୋଇଥିବା ଓଡିଶାବାସୀଙ୍କୁ ଭୟ ଲାଗୁଛି ଅକ୍ଟୋବର ମାସ ।
ରିର୍ପୋଟ ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *