ହାଇଭୋଲଟେଜ ମ୍ୟାଚ ଭାରତ-ପାକିସ୍ତାନ, ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚୀର ପ୍ରତିଦ୍ୱନ୍ଦି

ହାଇଭୋଲଟେଜ ମ୍ୟାଚ ଭାରତ-ପାକିସ୍ତାନ, ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚୀର ପ୍ରତିଦ୍ୱନ୍ଦି


ଆଉ କିଛି ଘଣ୍ଟାର ଅପେକ୍ଷା ପରେ ବିଶ୍ୱକପର ହାଇଭେଲଟେଜ ମ୍ୟାଚ ଭାରତ ବନାମ ପାକିସ୍ତାନ ମୁହାଁମୁହିଁ ହେବେ । ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଥିବା ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହା ବିଶ୍ୱକପର ସବୁଠୁ ବଡ ମ୍ୟାଚ କହିଲେ ଭୁଲ ହେବନି । ଫାଇନାଲ ମ୍ୟାଚ ଠୁ ବି ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ଫ୍ୟାନ୍ସଙ୍କ ଠାରେ ଅଧିକ କ୍ରେଜ ରହିଛି । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷେ ୩୪ହଜାର ଦର୍ଶକଙ୍କ ସାମ୍ନାରେ ଲଢ଼ିବେ ଦୁଇ ପଡ଼ୋଶୀ ।ଦିନିକିଆ ବିଶ୍ୱକପରେ ୭ଥର ମୁହାଁମୁହିଁ ହୋଇ ସବୁଥର ବାଜି ମାରିନେଇଥିବା ଭାରତ, ଘରୋଇ ପରିବେଶରେ ପୁଣି ଥରେ ଫେଭରିଟ୍ । ଏ ମ୍ୟାଚ୍ ପାଇଁ ଦର୍ଶକଙ୍କର ଆଗ୍ରହ ଓ ଉକ୍ରଣ୍ଠା ଏତେ ବଢ଼ିଯାଇଛି, ଶେଷରେ ବିସିସିଆଇ ଆଉ ୧୪ହଜାର ଟିକେଟ ବିକ୍ରି କରିଛି ।

ଭାରତ-ପାକିସ୍ତାନ ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫, ୨୦୧୯ରେ ମୋଟ ୭ ଥର ମ୍ୟାଚ ଖେଳିଛନ୍ତି । ପ୍ରତିଥର ଭାରତ ବିଜୟ ହାସଲ କରିଛି । ଚଳିତ ବର୍ଷ ବିଶ୍ୱକପରେ ବିଜୟର ଧାରା ବଜାୟୀ ରଖିବାକୁ ଭାରତ ପ୍ରୟାସ କରିବ । ଏହିମ୍ୟାଚକୁ ନେଇ ସମଗ୍ର କିକ୍ରେଟ ଜଗତରେ ଉଲ୍ଲାସିତ ଦେଖିବାକୁ ମିଳିଛି । ଦୁଇ ଚିର ପ୍ରତିଦ୍ୱନ୍ଦୀ ୧୯୯୨ ମସିହାରେ ପ୍ରଥମ ଥର ପାଈ ଭାରତ ୪୩ ରନରେ ବିଜୟୀ ହୋଇଥିଲା ।୧୯୯୬ ମସିହାରେ ୩୯ରନରେ ବିଜୟୀ ହୋଇଥିଲା ଭାରତ । ୧୯୯୯ ମସିହାରେ ୪୭ ରନରେ ବିଜୟୀ ହୋଇଥିଲା ଭାରତ । ୨୦୦୩ ମସିହାରେ ୬ ୱିକେଟରେ ବିଜୟୀ ହୋଇଥିଲା ଭାରତ । ୨୦୧୧ ମସିହାରେ ୨୯ ରନରେ ବିଜୟୀ ହୋଇଥିଲା ଟିମ ।

ସେହିପରି ୨୦୧୫ରେ ୭୬ ରନ ଓ ୨୦୧୯ରେ ୮୯ ରନରେ ପାକିସ୍ତାନ ବିପକ୍ଷରେ ବିଜୟୀ ହାସଲ କରିଥିଲା ଭାରତ ଟିମ । ତେବେ ବିଶ୍ୱକପ ୨୦୨୩ରେ ଏହି ବିଜୟ ଧାରାକୁ ବଜାୟୀ ରଖିବାକୁ ଭାରତ ପ୍ରୟାଶ କରିବ । ଏନେଇ ଭାରତ ଦଳ ଅଭ୍ୟାସ ତଥା ପ୍ରଦର୍ଶନ ମଧ୍ୟ ଭଲ ରହିଛି । ଦଳରେ ରେହିତ ଶର୍ମା (କ୍ୟାପଟେନ) ହିାର୍ଦକ ପାଣ୍ଡିଆନ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ଅଶ୍ୱନୀ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ଭଳି ପ୍ରମୁଖ ଖେଳାଳି ରହିବେ । ସେହିପରି ପାକିସ୍ତାନ ଦଳରେ ବାବର ଆଜାମ, ସାଦବ ଖାନ, ଫକିର ଜମାନ, ଇମାମ ଉଲ, ଅବଦୁଲ ସିଦ୍ୱିକି, ମହମ୍ମଦ ରିଜୱାନ, ଅହମଦ, ସଲମାନ ଅଲ୍ଲି, ମହମ୍ମଦ ନୱାଜ, ଉସମା ମୀର, ହରିସ ରୁଫ, ହସନ ଅଲ୍ଲି, ସାହିନ ଆଫ୍ରିଦି, ମହମ୍ମଦ ୱାସିମ ପ୍ରମୁଖ ରହିବେ ।

ରିର୍ପୋଟ -ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *