ଆପାର୍ଟମେଣ୍ଟରେ ରହୁଛନ୍ତି 30ହଜାର ଲୋକ

ଆପାର୍ଟମେଣ୍ଟରେ ରହୁଛନ୍ତି 30ହଜାର ଲୋକ

ସାଧାରଣତଃ ସହରରେ ରହିବାକୁ ହେଲେ ଲୋକମାନେ ବଡ ବଡ କୋଠା ବା ଆପାର୍ଟମେଣ୍ଟ ଉପରେ ନିର୍ଭର କରିଥାନ୍ତି । ଆମ ପଡୋଶୀ ଦେଶ ଚୀନରେ ଏପରି ଏକ କୋଠା ଅଛି ଯେଉଁଠାରେ  ପ୍ରାୟ 30ହଜାର ଲୋକ ବାସ କରୁଛନ୍ତି । ଏହା 10ବର୍ଷ ତଳେ ଚାଇନାର ହାଙ୍ଗଜୋରେ ନିର୍ମାଣ କରାଯାଇଥିଲା । ଏହି ଆପାର୍ଟମେଣ୍ଚର ନାମ ରିଜେଣ୍ଚ ଇଣ୍ଟରନ୍ୟାସନାଲ ଆପାର୍ଟମେଣ୍ଟ । 36 ମହଲାର ଏହି କୋଠା 2013ରେ ଉଦଘାଟିତ ହୋଇଥିଲା । ସେବେ ସେଠାରେ 20ହଜାର ଲୋକ ବାସ କରୁଥିଲେ କିନ୍ତୁ ଏବେ ଏଠାରେ 30 ହଜାର ଲୋକ ବାସ କରୁଛନ୍ତି । ଏହାର ଉଚ୍ଚ 206 ମିଟର ଏବଂ ଏହି ବିଲଡିଂରେ ଅନେକ ପ୍ରକାର ସୁବିଧା ରହିଛି ଯେମିତିକି ଏକ ବଡ ଫୁଡ କୋଡ,ସୁପର ମାର୍କେଟ,ସେଲୁନ ଇତ୍ୟାଦି ରହିଛି ତେଣୁ ଏହି ବିଲଡିଂର ଲୋକମାନଙ୍କୁ ବାହାରକୁ ଯିବାର କୌଣସି ଆବଶ୍ୟକତା ନଥାଏ ।

author

Related Articles

Leave a Reply

Your email address will not be published. Required fields are marked *