ବାର ଏବଂ ପବ୍ ଗୁଡିକ ଉପରେ କମିଶନରେଟ ପୋଲିସର ଚଢାଉ

ବାର ଏବଂ ପବ୍ ଗୁଡିକ ଉପରେ କମିଶନରେଟ ପୋଲିସର ଚଢାଉ

ପାର୍ବଣ ଋତୁ ଆରମ୍ଭ ହୋଇଗଲାଣି । ସେଥିପାଇଁ ସଜାଗ ହେଲେଣି କମିଶନରେଟ ପୋଲିସ । ତେଣୁ କରି ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡିକ ଉପରେ ଚଢାଉ କରିଛି କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍ । ଚନ୍ଦ୍ରଶେଖରପୁର, କଟକ ରୋଡ୍,  ପଟିଆ ଇନଫୋସିଟି, ମଞ୍ଚେଶ୍ୱରର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢାଉ କରାଯାଇଛି । ସରକାର ରାତି ୧.୩୦ଯାଏ ଅନୁମତି ଦେଇଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି । ଦଶହରା ପାଇଁ ଏସବୁ ରୋକିବାକୁ କମିଶନରେଟ ପୋଲିସ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଏନଫୋର୍ସମେଣ୍ଟ ଟିମ୍ ପ୍ରତିଦିନ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲୁଥିବା ବାର୍ ଓ ପବ୍ ଗୁଡିକ ଉପରେ ଚଢାଉ କରୁଥିବାର ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *