ହମାସ ଟପ୍ କମାଣ୍ଡରକୁ ନିପାତ କଲା ଇସ୍ରାଏଲ

ହମାସ ଟପ୍ କମାଣ୍ଡରକୁ ନିପାତ କଲା ଇସ୍ରାଏଲ

ଇସ୍ରାଏଲ ବାୟୁସେନା ଶନିବାର ରାତିରେ ଏୟାର ଷ୍ଟ୍ରାଇକ୍ କରି ହମାସର ଟପ୍ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କରିଛି । ବିଲାଲ ଦକ୍ଷିଣ ଖାନ୍ ୟୁନିସ୍ ବାଟାଲିୟନରଟପ୍ କମାଣ୍ଡର ଥିଲା ଏବଂ ଇସ୍ରାଏଲରେ ପଶି ଲୋକଙ୍କ ହତ୍ୟା କରିବାରେ ସାମିଲ ଥିଲା । ଏହା ବ୍ୟତୀତ ଇସ୍ରାଏଲ ଫୋର୍ସ ଇସ୍ଲାମିକ ଜେହାଦର ହେଡକ୍ୱାର୍ଟରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛନ୍ତି । ହମାସ ସହ ଯୁଦ୍ଧ ଭିତରେ ପାଲେଷ୍ଟାଇନ ନାଗରିକ ଉତ୍ତର ଗାଜାକୁ ସ୍ଥାନାନ୍ତର ହୋଇଯିବାକୁ ୨୪ ଘଣ୍ଟାର ମୋହଲତ ଦେଇଛି ଇସ୍ରାଏଲ । ଗାଜାର ଲୋକେ ଜୀବନ ବଞ୍ଚାଇବାକୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ କୁହାଯାଇଛି । ଇସ୍ରାଏଲର ଚେତାବନୀ ଭିତରେ ଗାଜାର ଲୋକଙ୍କ ଆଗରେ ଜୀବନ ମରଣ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *