ଦିଲ୍ଲୀକୁ ଭୂମିକମ୍ପର ଝଟକା

ଦିଲ୍ଲୀକୁ ଭୂମିକମ୍ପର ଝଟକା

ଦିଲ୍ଲୀର ଏନସିଆରରେ ଆଜି ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ବହୁତ ଥିଲା । ଭୂକମ୍ପ ସମୟରେ ଲୋକମାନେ ନିଜନିଜର ଘରୁ ବାହାରି ରାସ୍ତା ଉପରକୁ ଆସିଯାଇଥିଲେ । ଦିଲ୍ଲୀ ସହିତ ନୋଏଡା ଓ ଗାଜିଆବାଦ ସହରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ହରିଆନାର କିଛି ଅଂଶରେ ମଧ୍ୟ ଭୂକମ୍ପରେ ମାଟି ଦୋହଲିଯାଇଛି । ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ମଧ୍ୟ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଥିଲା । ନ୍ୟାସନାଲ ସେଣ୍ଟର ଫର ସସ୍ମୋଲୋଜୀର ସୂଚନା ମୁତାବକ ହରିଆନାରେ ତୀବ୍ରତା ୪.୦୮ ମାଗ୍ନିଚ୍ୟୁଡ ଥିବା ବେଳେ ଫରିଦାବଦରେ ଭୂକମ୍ପର ତୀବ୍ରତା ୩.୧ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *