ଜମି ଦୁର୍ନୀତିକୁ ଅପରାଜିତାଙ୍କ ବିଶାଳ ଜନ ଆନ୍ଦୋଳନ

ଜମି ଦୁର୍ନୀତିକୁ ଅପରାଜିତାଙ୍କ ବିଶାଳ ଜନ ଆନ୍ଦୋଳନ

ଜମି ଦୁର୍ନୀତି ବିରୋଧରେ ଭୁବନେଶ୍ୱର ଉପକଣ୍ଠ ଡେରାସରେ ବିଶାଳ ଜନ ଆନ୍ଦୋଳନ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ । ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାବେଶରେ ଚାଷୀଙ୍କ ସହ ଆଲୋଚନା କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ସହ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଅବରୋଧ କରିଥିବା ଅଭିଯୋଗ ଆଣି ପୂର୍ବରୁ ରାଜ୍ୟ ସରକାରଙ୍କୁ ଘେରିଥିଲେ ଭୁବନେଶ୍ୱର ସାଂସଦ । ଜମି ଅବରୋଧ ନେଇ ଅଭିଯୋଗ କରିବା ପରେ ଅବରୋଧ ହଟାଇବା ପାଇଁ କୋଦାଳ ଧରିଥିଲେ ସାଂସଦ । ଶେଷରେ ନଡ଼ିଆ ଭାଙ୍ଗି ଉତ୍ସବ ପାଳନ କରିଥିଲେ ।

ଭୁବନେଶ୍ୱର ଉପକଣ୍ଠରେ ଏକର ଏକର ଜମି ଅବରୋଧ ହଟାଇବା ପାଇଁ କ୍ଷତିଗ୍ରସ୍ତଙ୍କ ସହ ମିଶି ଅଭିଯାନ ଚଳାଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୧୫୦ ଏକର ଜମି ହଡ଼ପ କରାଯାଉଥିବା ନେଇ ସଂଗୀନ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ଅନୈତିକ ଅବରୋଧ ନେଇ ପ୍ରଭାବଶାଳୀ ମହିଳା ତଥା ଶିଳ୍ପପତି କିରୁଥିକା ପ୍ରଭାକରନଙ୍କୁ ସିଧା ଟାର୍ଗେଟ କରିଥିଲେ । ସରକାରଙ୍କୁ ବି କାଠଗଡ଼ାକୁ ଟାଣିଥିଲେ । ଜମି ଜବର ଦଖଲ ହଟାଇବା ନେଇ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଜଳସେଚନ ବିଭାଗକୁ ଚିଠି ଲେଖିବା ସହ ବାରମ୍ବାର ରିମାଇଣ୍ଡର ପଠାଇ ସ୍ଥାନୀୟ ଲୋକଙ୍କ ଏହି ଲଢ଼େଇର ମଙ୍ଗ ଧରିଥିଲେ ଅପରାଜିତା । ତେବେ ଏହି ଘଟଣାକୁ କେନ୍ଦ୍ର କରି ସାଂସଦ ମହୋଦୟା ଆଜି ଭୁବନେଶ୍ୱରରୁ ଡେରାସ ଅଂଚଳ ଯାଏଁ ପଦଯାତ୍ରା କରି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *