ଭୂତମାନଙ୍କ ଦ୍ୱାରା ତିଆରି ଶିବ ମନ୍ଦିର

ଭୂତମାନଙ୍କ ଦ୍ୱାରା ତିଆରି ଶିବ ମନ୍ଦିର

ଆମ ଭାରତରେ ଭଗବାନ ଶିବଙ୍କର ବିଭିନ୍ନ ସ୍ଥାନରେ ଅନେକ ମନ୍ଦିର ରହିଛି । ଯାହା ମନୁଷ୍ୟ ମାନଙ୍କ ଦ୍ୱାରା ନିର୍ମାଣ ହୋଇଥାଏ କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭଗବାନ ଶିବଙ୍କର ମଧ୍ୟପ୍ରଦେଶର ମୂରେନା ଜିଲ୍ଲାରେ କକନ ମଠ ନାମରେ ଏପରି ଏକ ମନ୍ଦିର ରହିଛି ଯାହାର ନିର୍ମାଣ ଭୂତମାନେ କରିଥିଲେ । ଏହାକୁ ଭୂତମାନେ ଗୋଟିଏ ରାତିରେ ନିର୍ମାଣ କରିଥିଲେ । ଏବଂ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମନ୍ଦିର ନିର୍ମାଣରେ ସିମେଣ୍ଟ କି ଚୂନର ବ୍ୟବହାର କରାଯାଇ ନାହିଁ । ପଥର ଉପରେ ପଥର ରଖି ଏହାକୁ ନିର୍ମାଣ କରାଯାଇଛି । ଏହି ମନ୍ଦିରକୁ ଦେଖିଲେ ଲାଗେ ଏହା କେତେବେଳେ ବି ଭୁଶୁଡି ଭାଙ୍ଗି ଯାଇପାରେ କିନ୍ତୁ ଆଜି ପର୍ଯ୍ୟନ୍ତ ସେମିତି କିଛି ହେଇନାହିଁ । ବହୁ ଝଡ ତୋଫାନରେ ମଧ୍ୟ ମନ୍ଦିର ସେମିତି ଛିଡା ହୋଇଛି । ଭୂତମାନେ ନିର୍ମାଣ କରିଥିବା ହେତୁ ଏହାକୁ ଭୂତ ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ ।  

author

Related Articles

Leave a Reply

Your email address will not be published. Required fields are marked *