କିଏ ଅଟନ୍ତି ଶେଷନାଗ ?

କିଏ ଅଟନ୍ତି ଶେଷନାଗ ?

ବେଦ ଓ ମହାଭାରତ ପଢିଲେ ଜଣାଯାଏ ଯେ ବିଭିନ୍ନ ପ୍ରକାର ଜାତି ରହିଛି । ଯଥା ଦେବତା ,ଦାନବ,ରାକ୍ଷସ,ଗର୍ନ୍ଧବ,ବସୁ,ଅପସରା,ପିଶାଚ,କିନ୍ନର,ଚାରଣ,ଭଟ୍ଟ,କିରାତ,ମାନବ,ବାନର ଏବଂ ନାଗ ପରି ଅଲୌକିକ ଜାତି ରହିଛି । ଏହି ଅଲୌକିକ ଜାତି ମଧ୍ୟରୁ ଗୋଟିଏ ହେଲା ନାଗ ଜାତି । ନାଗମାନଙ୍କ ମଧ୍ୟରେ ସବୁଠୁ ମହତ୍ୱପୂର୍ଣ୍ଣ ହେଉଛନ୍ତି ଶେଷନାଗ । ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଶେଷନାଗ କିଏ ଏବଂ କିପରି ହୋଇଥିଲା ତାଙ୍କର ଜନ୍ମ ।

ଶେଷନାଗଙ୍କ ସଂପର୍କରେ କୁହାଯାଏ ଯେ ଶେଷନାଗଙ୍କ ଶିରରେ ସଂପୂର୍ଣ୍ଣ ପୃଥିବୀ ରହିଛି ଅର୍ଥାତ ଶେଷନାଗ ପୃଥୀବିର ଭାରକୁ ସମ୍ଭାଳିଛନ୍ତି ଏବଂ ସେ ଭଗବାନ ବିଷ୍ଣୁଙ୍କ ସେବକ ଅଟନ୍ତି ତାଙ୍କର ହଜାରଟି ଶିର ରହିଛି ଏହାଙ୍କର କୌଣସି ଅନ୍ତ ନାହିଁ ତେଣୁ ତାଙ୍କୁ ଅନନ୍ତ କୁହାଯାଇଥାଏ । ହିନ୍ଦୁ ଧର୍ମରେ ଶେଷନାଗଙ୍କୁ ସବୁଠୁ ଶକ୍ତିଶାଳୀ ମନାଯାଏ । ବ୍ରହ୍ମାଙ୍କ ଠାରୁ ଆର୍ଶୀବାଦ ପାଇ ଶେଷନାଗ ପାତାଳ ଲୋକର ରାଜା ଅଟନ୍ତି ।ଶେଷନାଗଙ୍କ ଜନ୍ମ ମହର୍ଷି କଶ୍ୟପଙ୍କ ପତ୍ନୀ କଦ୍ରୁଙ୍କ ଗର୍ଭରୁ ହୋଇଥିଲା । ମହର୍ଷି କଶ୍ୟପଙ୍କର 17 ପତ୍ନୀ ମଧ୍ୟରୁ ଦୁଇ ପତ୍ନୀ କଦ୍ରୁ ଓ ବିନତାଙ୍କୁ ଅଧିକା ପ୍ରେମ କରୁଥିଲେ । ଏକଦା ଦୁଇ ପତ୍ନୀଙ୍କ ଉପରେ ଖୁସି ହୋଇ ମୁନି କଶ୍ୟପ ତାଙ୍କୁ ବରଦାନ ମାଗିବା ପାଇଁ କହିଲେ ଏହାର ଫାଇଦା ନେଇ କଦ୍ରୁ ଏକ ହଜାର ବଳଶାଳୀ ପୁତ୍ରଙ୍କ ବରଦାନ ମାଗିଲେ ଏବଂ ବିନତା କଦ୍ରୁଙ୍କ ହଜାର ପୁତ୍ରଙ୍କଠାରୁ ବଳଶାଳୀ ଦୁଇ ପୁତ୍ର ମାଗିଥିଲେ । ମହର୍ଷି ତାଙ୍କୁ ଇଚ୍ଛା ମୁତାବକ ବରଦାନ ପ୍ରଦାନ କରିଥିଲେ । କଦ୍ରୁଙ୍କର ସେହି ହଜାର ପୁତ୍ରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶେଷନାଗ ।

author

Related Articles

Leave a Reply

Your email address will not be published. Required fields are marked *