ସିଘଂମ୍ ଲୁକ୍‌ରେ ଦୀପିକା ପାଦୁକୋନ୍‌

ସିଘଂମ୍ ଲୁକ୍‌ରେ ଦୀପିକା ପାଦୁକୋନ୍‌

ନବରାତ୍ରୀକୁ ନେଇ ଚାରିଆଡେ ଉତ୍ସବ ମୁଖର । ବଲିଉଡ ସୁପରଷ୍ଟାର ଦୀପିକା ପାଦୁକୋନ ନିଜ ପ୍ରଶଂସକ ମାନଙ୍କୁ ଦଶହରା ଭେଟି ସ୍ୱରୂପ ସଘଂମ ଅଗେନର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି । ଏହି ଫିଲ୍ମରେ ତାଙ୍କ ଚରିତ୍ରର ନାଁ ରହିବ ଶକ୍ତି ଶେଟ୍ଟୀ । ୟ୍ୟୁନିଫର୍ମ ପିନ୍ଧିଥିବା ଅଭିନେତ୍ରୀଙ୍କ କିଲର ଲୁକ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଶକ୍ତି ଶେଟ୍ଟୀ… ସିଘଂମ ଅଗେନ୍ ପରିଚିତ କରାଇଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ଫିଲ୍ମଟି ଆସନ୍ତା ବର୍ଷ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ । ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ଅଜୟ ଦେବଗନ୍‌, ରଣବୀର ସିଂ, ଅକ୍ଷୟ କୁମାର, କରୀନା କପୁର, ଭିକି କୌଶଲ ନଜର ଆସିବେ ।

author

Related Articles

Leave a Reply

Your email address will not be published. Required fields are marked *