ଇସ୍ରାଏଲକୁ ବ୍ଲାକମେଲ କରୁଛି ହମାସ

ଇସ୍ରାଏଲକୁ ବ୍ଲାକମେଲ କରୁଛି ହମାସ

ସପ୍ତାହରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଇସ୍ରାଏଲକୁ ଶସ୍ତ୍ର ଯୁଦ୍ଧରେ ପରାସ୍ତ କରି ନପାରିବରୁ ଦିମାକ ଖଟାଇଛି ହମାସ ସଙ୍ଗଠନ । ଲଗାତାର ପ୍ରଚଣ୍ଡ ବୋମାମାଡକୁ ରୋକିବାକୁ ଇସ୍ରାଏଲି ଯୁବତୀଙ୍କୁ ଢାଲ କରିଛି ହମାସ୍ । ହମାସ ବନ୍ଧକ ରଖିଥିବା ଆହତ ଇସ୍ରାଏଲ ହୋଷ୍ଟେସଙ୍କର ଚିକିତ୍ସା କରାଯାଉଥିବାର ଏକ ଭିଡିଓ ଜାରି କରି ବ୍ଲାକମେଲ କରୁଛି ହମାସ୍ । ଏହି ଭିଡିଓକୁ ‌ସୋମବାର ନିଜ ଟେଲିଗ୍ରାମ୍‌ ପେଜ୍‌ରେ ଜାରି କରିଛି ହମାସ୍‌। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପଣବନ୍ଦୀ ଯୁବତୀଙ୍କ ହାତ ଭାଙ୍ଗିଯାଇଛି। ସେ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଯୁବତୀ ଜଣକ ଏହି ଭିଡିଓରେ ତାଙ୍କୁ ମୁକ୍ତ କରି ତାଙ୍କ ପରିବାର ପାଖରେ ପହଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *