କେଉଁଠୁ ଲଢିବେ ବିଜୟ ପଟ୍ଟନାୟକ !

କେଉଁଠୁ ଲଢିବେ ବିଜୟ ପଟ୍ଟନାୟକ !


ହଁ ଦର୍ଶକବନ୍ଧୁ ଆମେ କହୁଛୁ କଂଗ୍ରେସର ମୁଖ୍ୟ ଚେହେରା କୁହାଯାଉଥିବା ବିଜୟ ପଟ୍ଟନାୟକଙ୍କ କଥା । କଂଗ୍ରେସରେ ମିଶିବା ପରଠାରୁ ବେଶ ସକ୍ରିୟ ଅଛନ୍ତି ବିଜୟ । ନିର୍ବାଚନ ପାଇଁ କଂଗ୍ରେସର ହାତ ଯୋଡ ଅଭିଯାନରେ ପ୍ରଚାର କରୁଥିଲେ ହେଁ ନିକଟରେ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଚେତାବନୀ ଦେବାସହ ଆନ୍ଦୋଳନ ଆଦିରେ ସାମିଲ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ନବୀନଙ୍କ ପାଖ ଲୋକ କୁହାଯାଉଥିବା ବିଜୟ କେଉଁଠୁ ଳଢିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କୁହାଯାଉଛି ବିଜୟ ଯେଉଁଠୁ ବି ଲଢିବେ ବିଜୟ ହାସଲ କରିବା ସୁନିଶ୍ଚିନ୍ତ । ବିଜୟ ବର୍ତ୍ତମାନ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ଅଛନ୍ତି । ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କୁ କଡାଜବାବ ଦେଇଥିଲେ ବିଜୟ । ସଚିବ ଭିକେ ପାଣ୍ଡିଆନଙ୍କ କୋଟି କୋଟି ଟଙ୍କା ଗସ୍ତ ଉପରେ ମଧ୍ୟ ଦିଲ୍ଲୀକୁ ଯାଇ ବିରୋଧ କରିଥିଲେ ବିଜୟ । ଦିନେ ନବୀନଙ୍କ ଖାସ ଥିବା ବିଜୟ ତାଙ୍କୁ ଛାଡି କଂଗ୍ରେସରେ ସାମିଲ ହେଲେ । କଂଗ୍ରେସରେ ସାମିଲ ହେବା ପରଠୁ ସରକାରଙ୍କ ଉପରେ ବର୍ଷୁଛନ୍ତି ବିଜୟ ପଟ୍ଟନାୟକ । ବିଜୟଙ୍କୁ ନେଇ କଂଗ୍ରେସ ଅନେକ ଆଶା ରଖିଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମନ୍ତବ୍ୟ ଦେଇଥିଲେ ବିଜୟ ସାଂସଦ ପଦ ପାଇଁ ଲଢିବେ । ନିକଟରେ ବିଜୟ ଗଣମାଧ୍ୟମରେ କହିଥିଲେ କି ୨୦୨୪ ହେଉଛି କଂଗ୍ରେସର ବର୍ଷ । କଂଗ୍ରେସ ତାର ପ୍ରଚାର, ପ୍ରସାର ମାଧ୍ୟମରେ ନିର୍ବାଚନରେ ବିଜୟ ହାସଲ କରିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କେଉଁଠୁ ଲଢିବେ ବିଜୟ ପଟ୍ଟନାୟକ ? ବିଜୟଙ୍କୁ କଂଗ୍ରେସ କେଉଁ ନିର୍ବାଚନ ମଣ୍ଡଳୀ ଦେବ ? ସାଂସଦ ନା ବିଧାୟକ କେଉଁ ପଦବୀ ପାଇଁ ଲଢିବେ ? ବିଜୟଙ୍କୁ ନେଇ କଂଗ୍ରେସ କେଉଁ ନିଷ୍ପତ୍ତି ନେବ ତାହା ଦେଖିବାକୁ ଅପେକ୍ଷା …

ରିର୍ପୋଟ- ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *