ଟଙ୍କପାଣିଠାରେ ୩୬ ବର୍ଷର ଦୁର୍ଗା ମୂର୍ତ୍ତି

ଟଙ୍କପାଣିଠାରେ ୩୬ ବର୍ଷର ଦୁର୍ଗା ମୂର୍ତ୍ତି

ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ମାଆ । ସେଥିପାଇଁ ଗାଁଠୁ ସହର ସଜେଇ ହେବାରେ ଲାଗିଲାଣି । ଚାରିଆଡେ ମାଆଙ୍କର ମେଢ । ସେହିପରି ଭୁବନେଶ୍ୱର ଟଙ୍କପାଣି ଦୁର୍ଗାମନ୍ଦିର ପରିସରରେ ରହିଛି ନିଆରା ଦୁର୍ଗା ମଣ୍ଡପ । ଯେଉଁଠାରେ ଦୀର୍ଘ ୩୬ ବର୍ଷ ଧରି ବିସର୍ଜନ ହୋଇନାହିଁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ପ୍ରତିବର୍ଷ ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ । କିନ୍ତୁ ବିସର୍ଜନ କେବଳ ମାଆଙ୍କ ଘଟକୁ କରାଯାଇଥାଏ । ଅନ୍ୟସ୍ଥାନଗୁଡିକରେ ଯେଉଁଠି ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଏ । ଦଶମୀ ପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିବା ବିଧି ଓ ପରମ୍ପରା ରହି ଆସିଛି । କିନ୍ତୁ ଏଠାରେ ସେପରି ହୁଏ ନାହିଁ । ଦୀର୍ଘ ୩୬ ବର୍ଷ ହେଲା ମାଆଙ୍କ ମୂର୍ତ୍ତିକୁ ସିମେଣ୍ଟ ଲେପ ଦେଇ ସଂରକ୍ଷିତ କରି ରଖାଯାଇଛି । ପ୍ରତିବର୍ଷ ପୂଜାରେ ମାଆଙ୍କ ମୂର୍ତ୍ତିକୁ ନୂଆ ରଙ୍ଗ ଦେଇ ନୂତନ ଭାବରେ ସଜାଇ ପୂଜା କରାଯାଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *