ଭାରତର ଅପରେସନ ‘ଅଜୟ’ରେ ଆସିଲେ ୨୮୬ଜଣ ଭାରତୀୟ

ଭାରତର ଅପରେସନ ‘ଅଜୟ’ରେ ଆସିଲେ ୨୮୬ଜଣ ଭାରତୀୟ

ଇସ୍ରାଏଲ ଓ ହମସା ଯୁଦ୍ଧ ଦୀର୍ଘ ୧୨ ଦିନ ହେଲା ଲାଗି ରହିଛି । ଏହି ଭିତରେ ଭାରତ ନିଜର ଲୋକ ମାନଙ୍କୁ ଇସ୍ରାଏଲରୁ ଆଣିବା ପାଇଁ ଅପରେସନ ଅଜୟ ଅଭିଯାନ ଆରମ୍ଭ କରିଦେଇଛି । ପୂର୍ବରୁ ୪ଟି ପର୍ଯ୍ୟାୟରେ ।ନେଲ ଭାରତୀୟଙ୍କୁ ସୁରକ୍ଷିତ ଭାରତମାଟିକୁ ଆଣିଥିଲା ଏହି ଅଜୟ ଅପରେସନ । ତେବେ ବର୍ତ୍ତମାନ ୫ମ ପର୍ଯ୍ୟାୟରେ ୨୮୬ ଜଣ ଭାରତୀୟଙ୍କୁ ଧରି ସ୍ୱଦେଶ ଫେରିଛି । ତେବେ ଯୁଦ୍ଧଭୂମିରୁ ଆସି ପଞ୍ଚମ ବିମାନ ଦିଲ୍ଲୀରେ ପହଞ୍ଚିଛି । ବିଳମ୍ବିତ ରାତିରେ ଏହି ବିମାନ ପହଞ୍ଚିଛି ।

ଏଥିରେ ୨୮୬ ଜଣ ଭାରତୀୟ ଥିବା ବେଳେ ୧୮ ଜଣ ନେପାଳର ଥିଲେ ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଏଲ ମୁରଗନ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସ୍ୱଦେଶ ଫେରିବା ପରେ ସମସ୍ତେ ଖୁସି ଜାହିର କରିଛନ୍ତି । ଏବେ ସୁଦ୍ଧା ୯୦୦ରୁ ଅଧିକ ପ୍ରବାସୀ ଭାରତୀୟ ସ୍ୱଦେଶ ଫେରିଥିବା ସୂଚନା ରହିଛି ।ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆକ୍ରମଣାତ୍ମକ ହେବା ପରେ କେନ୍ଦ୍ରର ମୋଦୀ ସରକାର ଅପରେସନ ଅଜୟ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି । ଏହା ସମ୍ପୂର୍ଣ୍ଣ ମାଗଣା ସେବା । ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଆବଶ୍ୟକ ଫର୍ମ ପୂରଣ କରି ଇସ୍ରାଏଲରେ ଥିବା ଦୂତାବାସରେ ଦେବା ପରେ ସେମାନଙ୍କୁ ବିମାନରେ ଆସିବାକୁ ଅନୁମତି ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *