ଭୁବନେଶ୍ୱରରେ ଦେଖାଯିବ ପରିବା ସଙ୍କଟ

ଭୁବନେଶ୍ୱରରେ ଦେଖାଯିବ ପରିବା ସଙ୍କଟ

ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । ପାର୍ବଣରେ ପରିବା ସଙ୍କଟ ସୃଷ୍ଟି ହେବାର ସମ୍ଭାବନା ରହିଛି । କାରଣ ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହେବ ୧ ନମ୍ବର ପରିବା ହାଟ । ତା ସହ ବନ୍ଦ ହୋଇଯିବ ଆଇଗିଣିଆ ପରିବା ମଣ୍ଡି । ବିଏମସି ସାମ୍ନାରେ ୭ ଦଫା ଦାବି ରଖିଛି ସଂଘ । ଭୁବନେଶ୍ୱର ସମେତ ରାଜ୍ୟରେ କଞ୍ଚା ପରିବା ସଙ୍କଟ ଦେଖା ଦେଇପାରେ । କାରଣ ପଶ୍ଚିମବଙ୍ଗ, ତେଲେଙ୍ଗାନା ମହାରାଷ୍ଟ୍ର, ବେଙ୍ଗାଲୁରୁରୁ ଆସୁଥିବା ପରିବା ଟ୍ରକ ଆଉ ଆସିବ ନାହିଁ । ଏନେଇ ନିଷ୍ପତି ନେଇଛି କଞ୍ଚା ପରିବା ବ୍ୟବସାୟୀ ସଂଘ। ଏସବିଆଇ କଡ଼ରେ ଥିବା ରାସ୍ତାକୁ ୟୁନିଟ ୧ ଦୁର୍ଗାପୂଜା କମିଟି ପକ୍ଷରୁ ଅବରୋଧ କରାଯାଇଛି ବୋଲି ଅଭିଯୋଗ କରିଛି ମହାଜନ ସଂଘ । ଏହାସହିତ ରାସ୍ତା କଡରେ ଥିବା ପ୍ଲାଷ୍ଟିକ୍ ବଜାରକୁ ଉଛେଦ କରିବା ପାଇଁ ମଧ୍ୟ ଦାବି କରିଛି ସଂଘ । ଏହାଛଡ଼ା ଭଗବାନପୁରରେ ଥିବା ୧୦ ଏକର ଜମି ଯୋଗାଇଦେବାକୁ ସଂଘ ଦାବି କରିଛି । ବିଏମସି କମିଶନର ଘଟଣାର ତଦନ୍ତ କରି ସମାଧାନ କରିବେ ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *